ଗୋପନୀୟତା ନୀତି

ପୂର୍ବବର୍ତ୍ତୀ

ଜେନେରାଲ

  • ଏହି ଗୋପନୀୟତା ନୀତି ବର୍ଣ୍ଣନା କରେ ଯେ “Embibe” ନାମରେ ଟ୍ରେଡିଂ କରୁଥିବା Indiavidual Learning Limited କିପରି Embibe ୱେବ୍‌ସାଇଟ୍ (https://www.embibe.com), ମାଇକ୍ରୋସାଇଟ୍, ଆପ୍ଲିକେସନ୍ (ଯାହାକୁ “ଆପ୍” ମଧ୍ୟ କୁହାଯାଏ) ଏବଂ ସର୍ଭିସ୍ (ସାମୂହିକ ଭାବରେ “ପ୍ଲାଟଫର୍ମ”) ର ୟୁଜର୍‌ମାନଙ୍କଠାରୁ ସଂଗ୍ରହ କରୁଥିବା ବ୍ୟକ୍ତିଗତ ସୂଚନାକୁ ସଂଗ୍ରହ, ଉପଯୋଗ, ଅଂଶୀଦାର ଏବଂ ଏହାର ସୁରକ୍ଷା କରିଥାଏ ।
  • Embibe ଆପଣଙ୍କ ଗୋପନୀୟତା ଅଧିକାରକୁ ସମ୍ମାନ କରେ ଏବଂ ତାହାର ସୁରକ୍ଷା ପାଇଁ ଗଭୀର ଭାବରେ ପ୍ରତିଜ୍ଞାବଦ୍ଧ ଅଟେ ।
  • ଦୟାକରି ଧ୍ୟାନ ଦିଅନ୍ତୁ ଯେ:
    • ଆମର ଗୋପନୀୟତା ନୀତି ସାମ୍ପ୍ରତିକ ନିୟମାବଳୀ ଏବଂ ଆଇନ ଅନୁଯାୟୀ ସମୟ ସମୟରେ ସଂଶୋଧନ, ଅପଡେଟ୍ କିମ୍ବା ପରିବର୍ତ୍ତନ ହୋଇପାରେ ଏବଂ କୌଣସି ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ଆମେ ନିୟମିତ ଭାବରେ ନୀତିକୁ ଯାଞ୍ଚ କରିବାକୁ ସୁପାରିଶ କରୁଛୁ । ଏହି ନୀତି ଅନ୍ୟ ନୋଟିସ୍ ଏବଂ ଗୋପନୀୟତା ନୀତିଗୁଡ଼ିକୁ ସପ୍ଲିମେଣ୍ଟ୍ କରେ ଏବଂ ସେଗୁଡ଼ିକୁ ଓଭର୍‌ରାଇଡ୍ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ।
    • ଆମେ ଆପଣଙ୍କୁ https://www.embibe.com/tos ରେ ଉପଲବ୍ଧ ଆମର ବ୍ୟବହାର ପାଇଁ ଉପଯୋଗୀ ନିୟମ ଏବଂ ସର୍ତ୍ତାବଳୀକୁ ଦେଖିବାପାଇଁ ଅନୁରୋଧ କରୁଛୁ ।

ଆମେ ସଂଗ୍ରହ କରୁଥିବା ସୂଚନା କ’ଣ ଅଟେ

ଆପଣଙ୍କ ବ୍ୟକ୍ତିଗତ ସୂଚନା କେବଳ ବୈଧ ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ସଂଗ୍ରହ, ଷ୍ଟୋର୍ ଏବଂ ପ୍ରୋସେସ୍ କରାଯାଇପାରେ ।

  • ଟ୍ରାଫିକ୍ ଡାଟା – ଆପଣ ପ୍ଲାଟଫର୍ମ ବ୍ୟବହାର କରିବା ସମୟରେ ଆବଶ୍ୟକ ସ୍ଥଳେ ଆମେ ସ୍ୱତଃସ୍ପୃତ ଭାବରେ ନିମ୍ନଲିଖିତ ବର୍ଗର ସୂଚନାକୁ ଟ୍ରାକ୍ ଏବଂ ସଂଗ୍ରହ କରିଥାଉ, IP ଆଡ୍ରେସ୍; ଡୋମେନ୍ ନେମ୍ ସର୍ଭର୍; ପ୍ରତ୍ୟେକ ସ୍କ୍ରିନ୍‌ରେ ଅତିବାହିତ ସମୟ; ପ୍ରଶ୍ନଗୁଡ଼ିକର ଉତ୍ତର; ଫୋର୍‌ଗ୍ରାଉଣ୍ଡ୍ କିମ୍ବା ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଥିବା ଆପ୍; ଆମ ପ୍ଲାଟଫର୍ମରେ ସମ୍ପାଦିତ ହୋଇଥିବା ଲାଇଭ୍ କ୍ଲାସ୍‌, ଲେସନ୍‌ଗୁଡ଼ିକରେ ଅପ୍‌ଲୋଡ୍ ହୋଇଥିବା ଭିଡିଓ ଏବଂ ଅନ୍ୟ କୌଣସି ସୂଚନାର ରେକର୍ଡିଂ; ଆମ ପାଠ୍ୟକ୍ରମରେ ହୋଇଥିବା ଇନ୍-କ୍ଲାସ୍ ଚାଟ୍, ଆଲୋଚନା, ପ୍ରକ୍ରିୟା, ବାର୍ତ୍ତାଳାପ, ମତାମତ କିମ୍ବା ଇଭେଣ୍ଟଗୁଡ଼ିକର ରେକର୍ଡିଂ; ସ୍କୁଲ୍ କ୍ୟାଲେଣ୍ଡର୍; ଏବଂ ଆପଣଙ୍କ ଡିଭାଇସ୍ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା, ପ୍ଲାଟଫର୍ମ ଏବଂ ଆପ୍ଲିକେସନ୍ ସହିତ ଆପଣଙ୍କ ଡିଭାଇସ୍‌ର ଇଣ୍ଟରାକ୍ସନ ।
  • ପର୍ସନାଲ୍ ଡାଟା – ଆମେ ଆପଣଙ୍କଠାରୁ କିଛି ନିର୍ଦ୍ଦିଷ୍ଟ ବିବରଣୀ ଆବଶ୍ୟକ କରିପାରୁ ଯାହା ବ୍ୟକ୍ତିଗତ ଭାବରେ ଆପଣଙ୍କୁ ଚିହ୍ନଟ କରେ (ଏହାକୁ “Embibe ସୂଚନା” ମଧ୍ୟ କୁହାଯାଏ) । ଆମେ ଏହି ବିବରଣୀକୁ ନିମ୍ନମତେ ଶ୍ରେଣୀଭୁକ୍ତ କରିଥାଉ – କଣ୍ଟାକ୍ଟ୍ ଇନ୍‌ଫର୍ମେସନ୍ (ଯେପରିକି ଆପଣଙ୍କ ଇମେଲ୍ ଆଇଡି, ପାସୱାର୍ଡ, ପୋଷ୍ଟାଲ୍ ଆଡ୍ରେସ୍, ପୋଷ୍ଟାଲ୍ କୋଡ୍, ଫୋନ୍ ନମ୍ବର ଏବଂ ଆପଣଙ୍କ କଣ୍ଟାକ୍ଟ୍‌ର କୌଣସି ବିବରଣୀ), ଫାଇନାନ୍ସିଆଲ୍ ଇନ୍‌ଫର୍ମେସନ୍ (ଯେପରିକି ବ୍ୟାଙ୍କ୍ ଆକାଉଣ୍ଟ କିମ୍ବା କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ କିମ୍ବା ଅନ୍ୟ କୌଣସି ଦେୟ ବିବରଣୀ) । 18 ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ପିତାମାତା/ଅଭିଭାବକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀ । ଅନ୍‌ବୋର୍ଡିଂ ସମୟରେ ସ୍କୁଲ୍, ଏହାର ବିଦ୍ୟାର୍ଥୀ ଏବଂ ଶିକ୍ଷକମାନଙ୍କ ପାଇଁ ସ୍କୁଲ୍ ଆଡ୍‌ମିନ୍ ଦ୍ୱାରା ଦିଆଯାଇଥିବା କୌଣସି ବିବରଣୀ । Embibe ସହିତ ଇଣ୍ଟିଗ୍ରେଟ୍ ହୋଇଥିବା ଯେକୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମ (Facebook, Google, ଇତ୍ୟାଦି)ରେ ଆପଣଙ୍କ ଆକ୍ସେସ୍ ମାଧ୍ୟମରେ ପ୍ରାପ୍ତ କୌଣସି ବିବରଣୀ । ପର୍ସନାଲ୍ ଡାଟା ବା ବ୍ୟକ୍ତିଗତ ତଥ୍ୟ ହେଉଛି ଜଣେ ବ୍ୟକ୍ତିଙ୍କ ବିଷୟରେ କୌଣସି ବିବରଣୀ ଯେଉଁଥିରୁ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିବ । ଏଥିରେ ଉକ୍ତ ଡାଟା ଅନ୍ତର୍ଭୁକ୍ତ ନୁହେଁ ଯେଉଁଥିରୁ ବିବରଣୀକୁ ଅପସାରଣ କରାଯାଇଅଛି (ଆନୋନିମସ୍ ଡାଟା) ।
  • ଷ୍ଟାଟିଷ୍ଟିକାଲ୍ (ପରିସଂଖ୍ୟାନ ସଂକ୍ରାନ୍ତ) କିମ୍ବା ଡେମୋଗ୍ରାଫିକ୍ (ଜନସଂଖ୍ୟା ସମ୍ବନ୍ଧୀୟ) ଡାଟା ପରି ଏଗ୍ରିଗେଟେଡ୍ ଡାଟା (ସମଷ୍ଟିଗତ ତଥ୍ୟ)କୁ ବୈଧ ବ୍ୟବସାୟ ଉଦ୍ଦେଶ୍ୟ ପାଇଁ ଆମ ଦ୍ୱାରା ସଂଗ୍ରହ ଏବଂ ପ୍ରକ୍ରିୟାକରଣ କରାଯାଇପାରେ । ଏଗ୍ରିଗେଟେଡ୍ ଡାଟା ଆପଣଙ୍କ ପର୍ସନାଲ୍ ଡାଟା (ବ୍ୟକ୍ତିଗତ ତଥ୍ୟ)ରୁ ପ୍ରାପ୍ତ ହୋଇପାରେ, କିନ୍ତୁ ଏହା ଆଇନ ଦ୍ୱାରା ପର୍ସନାଲ୍ ଡାଟା ଭାବରେ ବିବେଚନା କରାଯାଏ ନାହିଁ କାରଣ ଏହା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆପଣଙ୍କ ପରିଚୟ ପ୍ରକାଶ କରିବ ନାହିଁ । ଉଦାହରଣ ସ୍ୱରୂପ, ଏକ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମ ବୈଶିଷ୍ଟ୍ୟ ଆକ୍ସେସ୍ କରୁଥିବା ୟୁଜର୍‌ଙ୍କ ପ୍ରତିଶତ ନିର୍ଦ୍ଧାରଣ କରିବାକୁ ଆମେ ଆପଣଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଡାଟାକୁ ଏଗ୍ରିଗେଟ୍ କରିପାରୁ । ତଥାପି, ଯଦି ଆମେ ଆପଣଙ୍କ ପର୍ସନାଲ୍ ଡାଟା ସହିତ ଏଗ୍ରିଗେଟେଡ୍ ଡାଟାକୁ ମିଶ୍ରଣ କିମ୍ବା ଲିଙ୍କ୍ କରିପାରୁ ଏବଂ ମିଳିତ ଡାଟା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆପଣଙ୍କୁ ଚିହ୍ନଟ କରିପାରେ, ଆମେ ଉକ୍ତ ମିଳିତ ଡାଟାକୁ ପର୍ସନାଲ୍ ଡାଟା ଭାବରେ ବିବେଚନା କରୁ ଯାହା ଏହି ଗୋପନୀୟତା ବିବୃତି ଅନୁଯାୟୀ ପରିଚାଳିତ ହୋଇଥାଏ।
  • ଆମେ ଆପଣଙ୍କ ବିଷୟରେ କୌଣସି ବିଶେଷ ବର୍ଗର ପର୍ସନାଲ୍ ଡାଟା ସଂଗ୍ରହ କରିନଥାଉ ଯେଉଁଥିରେ ଆପଣଙ୍କ ଜାତି କିମ୍ବା ଜାତୀୟତା, ଧାର୍ମିକ କିମ୍ବା ଦାର୍ଶନିକ ବିଶ୍ୱାସ, ଯୌନ ଜୀବନ, ଯୌନ ଅଭିମୁଖତା, ରାଜନୈତିକ ମତାମତ, ଟ୍ରେଡ୍ ୟୁନିୟନ୍ ସଭ୍ୟପଦ, ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ଏବଂ ଜେନେଟିକ୍ ଓ ବାୟୋମେଟ୍ରିକ୍ ଡାଟା ବିଷୟରେ ବିବରଣୀ ଅନ୍ତର୍ଭୁକ୍ତ ହୋଇପାରେ । ଆମେ ଅପରାଧିକ ଦୋଷୀସାବ୍ୟସ୍ତ ଏବଂ ଅପରାଧ ବିଷୟରେ କୌଣସି ବିବରଣୀ ସଂଗ୍ରହ କରିନଥାଉ । ତଥାପି, ଆମେ ଫାଇନାନ୍ସିଆଲ୍ ଇନ୍‌ଫର୍ମେସନ୍ (ଅର୍ଥନୈତିକ ତଥ୍ୟ) ଏବଂ ପାସୱାର୍ଡ ସଂଗ୍ରହ କରିଥାଉ, ଯାହା ଭାରତୀୟ ଆଇନ ଅନୁଯାୟୀ ସମ୍ବେଦନଶୀଳ ପର୍ସନାଲ୍ ଡାଟା କିମ୍ବା ବିବରଣୀ ଭାବରେ ଯୋଗ୍ୟ ଅଟେ ।
  • ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହିତ ବୈଧ ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ଆମର ଯଥାର୍ଥତା ଅନୁସାରେ ଆମର ପ୍ଲାଟଫର୍ମ ଆପଣଙ୍କ ବିବରଣୀକୁ ଆମର ଆଭ୍ୟନ୍ତରୀଣ ପ୍ରଣାଳୀକୁ ସ୍ଥାନାନ୍ତର କରିପାରେ । ଭାରତରେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ବିବରଣୀକୁ ଯଥାଶୀଘ୍ର ସମ୍ଭବ ଡିଲିଟ୍ କରିବା ପାଇଁ Embibe ଉପଯୁକ୍ତ ପଦକ୍ଷେପ ନେବ ।

ଆମେ କିପରି ଆପଣଙ୍କ ପର୍ସନାଲ୍ ଡାଟା ସଂଗ୍ରହ କରିବୁ

ଆପଣଙ୍କ ଠାରୁ ଏବଂ ଆପଣଙ୍କ ସମ୍ବନ୍ଧୀୟ ଡାଟା ସଂଗ୍ରହ କରିବାକୁ ଆମେ ବିଭିନ୍ନ ପଦ୍ଧତି ବ୍ୟବହାର କରିଥାଉ:

  • ଡାଇରେକ୍ଟ୍ ଇଣ୍ଟରାକ୍ସନ୍ । ଆପଣ ଆମକୁ ଆପଣଙ୍କ ପରିଚୟ, ଯୋଗାଯୋଗ ଏବଂ ଫାଇନାନ୍ସିଆଲ୍ ଡାଟା ଫର୍ମ ପୂରଣ କରି କିମ୍ବା ପୋଷ୍ଟ, ଫୋନ୍, ଇମେଲ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆମକୁ ପ୍ରଦାନ କରିପାରିବେ । ଏଥିରେ ଆପଣ ପ୍ରଦାନ କରୁଥିବା ପର୍ସନାଲ୍ ଡାଟା ଅନ୍ତର୍ଭୁକ୍ତ, ଯେତେବେଳେ ଆପଣ: ଆମ ପ୍ଲାଟଫର୍ମରେ ଏକ ଆକାଉଣ୍ଟ କ୍ରିଏଟ୍ କରନ୍ତି; ଆମର ସର୍ଭିସ୍ କିମ୍ୱା ପବ୍ଲିକେସନ୍‌ଗୁଡ଼ିକୁ ସବ୍‌ସ୍କ୍ରାଇବ୍ କରନ୍ତି; ମାର୍କେଟିଂ କଣ୍ଟେଣ୍ଚ ଆପଣଙ୍କୁ ପ୍ରେରଣ କରିବାକୁ ଅନୁରୋଧ କରନ୍ତି; ଏକ ପ୍ରତିଯୋଗିତା, ପ୍ରୋମୋସନ୍ କିମ୍ବା ସର୍ବେକ୍ଷଣରେ ଭାଗ ନିଅନ୍ତି; କିମ୍ବା ଆମକୁ ମତାମତ ଦିଅନ୍ତି କିମ୍ବା ଆମ ସହ ଯୋଗାଯୋଗ କରନ୍ତି ।
  • ଅଟୋମେଟେଡ୍ ଟେକ୍ନୋଲୋଜି କିମ୍ବା ଇଣ୍ଟରାକ୍ସନ୍ । ଆପଣ ଜଣେ ପଞ୍ଜୀକୃତ ସଦସ୍ୟ ହୁଅନ୍ତୁ ବା ନ ହୁଅନ୍ତୁ, ଯେତେବେଳେ ଆପଣ ଆମ ପ୍ଲାଟଫର୍ମରେ ଇଣ୍ଟରାକ୍ଟ୍ କରନ୍ତି, ଆମେ ସ୍ୱତଃସ୍ପୃତ ଭାବରେ ଆପଣଙ୍କ ଇକ୍ୱିପ୍‌ମେଣ୍ଟ୍, ବ୍ରାଉଜିଂ, ଆକ୍ସନ୍ ଏବଂ ପାଟର୍ନଗୁଡ଼ିକ ସମ୍ବନ୍ଧୀୟ ବୈଷୟିକ ଡାଟା ସଂଗ୍ରହ କରିଥାଉ । କୁକିଜ୍ ହେଉଛି ଆଲ୍‌ଫାନ୍ୟୁମେରିକ ନମ୍ବର ଧାରଣ କରିଥିବା ଛୋଟ ଛୋଟ ଟେକ୍ସଟ୍ ଫାଇଲ୍ ଯାହା ପ୍ଲାଟଫର୍ମରେ ହୋଇଥିବା କାର୍ଯ୍ୟକଳାପ ସମ୍ବନ୍ଧୀୟ ବିବରଣୀ ସଂଗ୍ରହ କରିବା ପାଇଁ ବ୍ୟବହୃତ ହୁଏ । ଏହି କୁକିଜ୍ ଆମକୁ ୱେବ୍ ଟ୍ରାଫିକ୍ ବିଶ୍ଳେଷଣ କରିବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ପସନ୍ଦ ଅନୁଯାୟୀ ପ୍ଲାଟଫର୍ମକୁ କଷ୍ଟମାଇଜ୍ କରି ଆପଣଙ୍କୁ ସେବା ଯୋଗାଇଦେବାରେ ସାହାଯ୍ୟ କରିଥାଏ । ଆପଣ ସମସ୍ତ କିମ୍ୱା କିଛି ବ୍ରାଉଜର୍ କୁକିଜ୍‌କୁ ରଦ୍ଦ କରିବାକୁ କିମ୍ବା ୱେବସାଇଟ୍ ସେଟ୍ କରିବା ସମୟରେ କିମ୍ବା କୁକିଜ୍‌କୁ ଆକ୍ସେସ୍ କରିବା ସମୟରେ ଆପଣଙ୍କୁ ସତର୍କ କରିବାକୁ ଆପଣଙ୍କ ବ୍ରାଉଜର୍‌କୁ ସେଟ୍ କରିପାରିବେ । ଯଦି ଆପଣଙ୍କ କୁକିଜ୍ ଡିସେବଲ୍ ହୋଇଥିବ, ତେବେ କିଛି ଫିଚର୍ ଏବଂ ସର୍ଭିସ୍‌ ସଠିକ୍ ଭାବରେ କାର୍ଯ୍ୟ କରିନପାରେ । ଆମେ କୁକିଜ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ବ୍ୟବହାର କରି ପର୍ସନାଲ୍ ଡାଟା ମଧ୍ୟ ସଂଗ୍ରହ କରିଥାଉ । ଯଦି ଆପଣ ଆମର କୁକିଜ୍ ବ୍ୟବହାର କରୁଥିବା ଅନ୍ୟ କୌଣସି ୱେବସାଇଟ୍‌କୁ ଭିଜିଟ୍ କରନ୍ତି, ତେବେ ମଧ୍ୟ ଆମେ ଆପଣଙ୍କ ସମ୍ବନ୍ଧୀୟ ଟେକ୍ନିକାଲ୍ ଡାଟା ପ୍ରାପ୍ତ କରିଥାଉ ।
  • ଥାର୍ଡ୍ ପାର୍ଟି (ତୃତୀୟ ପକ୍ଷ) କିମ୍ବା ସାର୍ବଜନୀନ ଭାବେ ଉପଲବ୍ଧ ସୋର୍ସ୍ । ନିମ୍ନରେ ଦର୍ଶାଯାଇଥିବା ଭଳି ବିଭିନ୍ନ ଥାର୍ଡ୍ ପାର୍ଟି [ଏବଂ ସାର୍ବଜନୀନ ସୋର୍ସ୍]ରୁ ଆମେ ଆପଣଙ୍କ ସମ୍ବନ୍ଧୀୟ ପର୍ସନାଲ୍ ଡାଟା ପ୍ରାପ୍ତ କରିଥାଉ: ନିମ୍ନଲିଖିତ ପାର୍ଟିଗୁଡ଼ିକଠାରୁ ଟେକ୍ନିକାଲ୍ ଡାଟା ପ୍ରାପ୍ତ କରିଥାଉ: ଭାରତ ବାହାରେ ଥିବା Google ପରି ଆନାଲିଟିକ୍ ପ୍ରୋଭାଇଡର୍; ଭାରତ କିମ୍ବା ବିଦେଶରେ ଥିବା ବିଜ୍ଞାପନ ନେଟୱାର୍କ; କଣ୍ଟେଣ୍ଟ୍ ସର୍ଭ୍ କରିବା ପାଇଁ YouTube ଡାଟା API ବ୍ୟବହାର କରି ଭାରତ କିମ୍ବା ବିଦେଶରେ ଥିବା ସର୍ଚ୍ଚ୍ ଇନ୍‌ଫର୍ମେସନ୍ ପ୍ରୋଭାଇଡର୍, ଦୟାକରି ଏଥିପାଇଁ Google Privacy Policy ଏବଂ YouTube Terms of Service ଦେଖନ୍ତୁ; ଭାରତ କିମ୍ବା ବିଦେଶରେ ଥିବା ଟେକ୍ନିକାଲ୍, ପେମେଣ୍ଟ୍ ଏବଂ ଡେଲିଭରି ସର୍ଭିସ୍ ପ୍ରଦାନକାରୀଙ୍କ ଠାରୁ କଣ୍ଟାକ୍ଟ୍, ଫାଇନାନ୍ସିଆଲ୍ ଏବଂ ଟ୍ରାଞ୍ଜାକ୍ସନ୍ ଡାଟା; ଭାରତ କିମ୍ବା ବିଦେଶରେ ଥିବା ଡାଟା ବ୍ରୋକର୍ କିମ୍ବା ଏଗ୍ରିଗେଟର୍‌ଙ୍କ ଠାରୁ ପରିଚୟ ଏବଂ କଣ୍ଟାକ୍ଟ୍ ଡାଟା; ଭାରତରେ ଥିବା କମ୍ପାନୀ ହାଉସ୍ ଏବଂ ଇଲେକ୍ଟୋରାଲ୍ ରେଜିଷ୍ଟର୍ ଭଳି ସାର୍ବଜାନୀନ ଉପଲବ୍ଧ ସୋର୍ସ୍‌ରୁ ପରିଚୟ ଏବଂ କଣ୍ଟାକ୍ଟ୍ ଡାଟା ।

ଆମେ କିପରି ଆପଣଙ୍କ ପର୍ସନାଲ୍ ଡାଟା ବ୍ୟବହାର କରିବୁ

  • ଆମେ ଆପଣଙ୍କ ଡାଟା ବ୍ୟବହାର କରୁଥିବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଉପରେ ନିର୍ଭର କରି ଆପଣଙ୍କ ପର୍ସନାଲ୍ ଡାଟାକୁ ଏକାଧିକ ଆଇନଗତ ଆଧାର ପାଇଁ ପ୍ରକ୍ରିୟା କରିପାରୁ । ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ ଯଦି ଆପଣ ଆପଣଙ୍କ ପର୍ସନାଲ୍ ଡାଟା ପ୍ରକ୍ରିୟା କରିବା ପାଇଁ ଆମେ ନିର୍ଭର କରୁଥିବା ନିର୍ଦ୍ଦିଷ୍ଟ ଆଇନଗତ ଭିତ୍ତିଭୂମି ବିଷୟରେ ବିବରଣୀ ଆବଶ୍ୟକ କରନ୍ତି, ନିମ୍ନ ସାରଣୀରେ ଏହା ସମ୍ବନ୍ଧୀୟ ଏକାଧିକ ଆଧାର ସେଟ୍ କରାଯାଇଛି ।

ସାଧାରଣତଃ ଆମେ ନିମ୍ନଲିଖିତ ଉଦ୍ଦେଶ୍ୟଗୁଡ଼ିକ ପାଇଁ ଆପଣଙ୍କ ପର୍ସନାଲ୍ ଡାଟା ବ୍ୟବହାର କରିଥାଉ:

ଉଦ୍ଦେଶ୍ୟ/କାର୍ଯ୍ୟକଳାପ

ଡାଟାର ପ୍ରକାର

ଲେଜିଟିମେଟ୍ ଇଣ୍ଟ୍ରେଷ୍ଟ୍ ଅନୁଯାୟୀ ପ୍ରକ୍ରିୟାକରଣ ପାଇଁ ଆଇନଗତ ଆଧାର

  • Embibe ପ୍ଲାଟଫର୍ମରେ ଆପଣଙ୍କୁ ଏକ ନୂତନ କଷ୍ଟମର୍ ଭାବରେ ପଞ୍ଜୀକରଣ କରିବା ପାଇଁ
  • ଆପଣ ପ୍ଲାଟଫର୍ମ ବ୍ୟବହାର କରିବା ବେଳେ ଏବଂ ପ୍ଲାଟଫର୍ମରେ ଦାଖଲ କରିବା ସମୟରେ ଆପଣଙ୍କ ପରିଚୟ ଯାଞ୍ଚ କରିବା ପାଇଁ ।
  • ଉଦାହରଣ ସ୍ୱରୂପ, ଆପଣଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ, ଆମ ପ୍ଲାଟଫର୍ମରେ ଥିବା ବୈଶିଷ୍ଟ୍ୟଗୁଡ଼ିକର ଅପରେସନ୍ ଏବଂ କାର୍ଯ୍ୟକାରିତାକୁ ଅପଡେଟ୍ ଓ ଉନ୍ନତ କରିବା ସହିତ ଆପଣଙ୍କ ପାଇଁ ଆମର ସେବାଗୁଡ଼ିକୁ ଉନ୍ନତ କରିବା ପାଇଁ, ବ୍ୟବହାରରେ ସହଜତା ପାଇଁ ପ୍ଲାଟଫର୍ମକୁ ଉନ୍ନତ ଏବଂ କଷ୍ଟମାଇଜ୍ କରିବା ପାଇଁ ।
  • ପର୍ସନାଲାଇଜଡ୍ ଶିକ୍ଷଣ ଅଭିଜ୍ଞତାର କାର୍ଯ୍ୟକାରିତାରେ ଉନ୍ନତି ଆଣିବା ପାଇଁ ।
  • ପରିଚୟ
  • କଣ୍ଟାକ୍ଟ୍
  • ଆପଣଙ୍କ ସହିତ ଏକ ଚୁକ୍ତିନାମା କରିବା
  • ସହମତି
  • ଆପଣଙ୍କ ଅର୍ଡର୍‌କୁ ପ୍ରୋସେସ୍ ଏବଂ ଡେଲିଭର୍ କରିବା ପାଇଁ, ଯେଉଁଥିରେ ନିମ୍ନଲିଖିତ ତଥ୍ୟ ଅନ୍ତର୍ଭୁକ୍ତ

(a) ପେମେଣ୍ଟ୍, ଫି ଏବଂ ଚାର୍ଜର ପରିଚାଳନା

(b) ଆମର ବକେୟା ଟଙ୍କା ସଂଗ୍ରହ ଏବଂ ଅସୁଲ କରିବା

  • ପରିଚୟ
  • କଣ୍ଟାକ୍ଟ୍
  • ଫାଇନାନ୍ସିଆଲ୍
  • ଟ୍ରାଞ୍ଜାକ୍ସନ୍
  • ମାର୍କେଟିଂ ଏବଂ କମ୍ୟୁନିକେସନ୍
  • ଆପଣଙ୍କ ସହିତ ଏକ ଚୁକ୍ତିନାମା କରିବା
  • ଆମର ଲେଜିଟିମେଟ୍ ଇଣ୍ଟ୍ରେଷ୍ଟ୍ ପାଇଁ ଆବଶ୍ୟକ (ଆମର ବକେୟା ଋଣ ଆଦାୟ କରିବା ପାଇଁ)
  • ସହମତି
  • ଆପଣଙ୍କ ସହିତ ଆମର ସମ୍ପର୍କ ରଖିବାକୁ ଯାହା ଅନ୍ତର୍ଭୁକ୍ତ ହେବ:

(a) ଆମର ସର୍ତ୍ତାବଳୀ କିମ୍ୱା ଗୋପନୀୟତା ନୀତିରେ ପରିବର୍ତ୍ତନ ବିଷୟରେ ଆପଣଙ୍କୁ ସୂଚିତ କରିବା

(b) ଆପଣଙ୍କୁ ଏକ ସମୀକ୍ଷା କରିବାକୁ କିମ୍ବା ଏକ ସର୍ବେକ୍ଷଣ କରିବାକୁ କହିବା

(c) ବିଶେଷକରି ଆପଣଙ୍କ ରୁଚି ସହିତ ପ୍ରାସଙ୍ଗିକ ଏବଂ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରେଣୀ କିମ୍ବା ପାଠ୍ୟକ୍ରମର ପ୍ରକାର ବିଷୟରେ ଆପଣଙ୍କ ସହିତ କମ୍ୟୁନିକେସନ୍ କରିବା ।

  •  ପରିଚୟ
  • କଣ୍ଟାକ୍ଟ୍
  • ପ୍ରୋଫାଇଲ୍
  • ମାର୍କେଟିଂ ଏବଂ କମ୍ୟୁନିକେସନ୍
  • ଆପଣଙ୍କ ସହିତ ଏକ ଚୁକ୍ତିନାମା କରିବା
  • ଆଇନଗତ ଦାୟିତ୍ୱ ପାଳନ କରିବା ଜରୁରୀ ଅଟେ
  • ଆମର ଲେଜିଟିମେଟ୍ ଇଣ୍ଟ୍ରେଷ୍ଟ ପାଇଁ (ଆମର ରେକର୍ଡଗୁଡ଼ିକୁ ଅପଡେଟ୍ ରଖିବା ଏବଂ କଷ୍ଟମର୍‌ମାନେ ଆମର ପ୍ରଡକ୍ଟ/ ସର୍ଭିସ୍‌ଗୁଡ଼ିକୁ କିପରି ବ୍ୟବହାର କରନ୍ତି ତାହାର ବିଶ୍ଳେଷଣ କରିବା ପାଇଁ) ତଥା ଆମର ପ୍ରଡକ୍ଟ/ ସର୍ଭିସ୍‌ଗୁଡ଼ିକୁ ଉନ୍ନତ କରିବା ଏବଂ ଆମର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ।
  • ଆମର ବ୍ୟବସାୟ ଏବଂ ପ୍ଲାଟଫର୍ମ ପରିଚାଳନା ଏବଂ ସୁରକ୍ଷିତ କରିବା ପାଇଁ (ଏଥିରେ ଟ୍ରବଲ୍‌ସୁଟିଂ, ଡାଟା ବିଶ୍ଳେଷଣ, ଟେଷ୍ଟିଂ, ସିଷ୍ଟମ ମେଣ୍ଟେନାନ୍ସ, ସହାୟତା, ରିପୋର୍ଟିଂ ଏବଂ ଡାଟା ହୋଷ୍ଟିଂ ଅନ୍ତର୍ଭୁକ୍ତ) ।
  • ପରିଚୟ
  • କଣ୍ଟାକ୍ଟ୍
  • ଡିଭାଇସ୍ ଏବଂ IP
  • ଆମର ଲେଜିଟିମେଟ୍ ଇଣ୍ଟ୍ରେଷ୍ଟ ପାଇଁ (ଆମର ବ୍ୟବସାୟ ଚଳାଇବା, ଆଡ୍‌ମିନିଷ୍ଟ୍ରେସନ୍ ଏବଂ ଆଇଟି ସେବାର ବ୍ୟବସ୍ଥା, ନେଟୱାର୍କ ଏବଂ ସାଇବର୍ ସିକ୍ୟୁରିଟି, ଫ୍ରଡ୍‌କୁ ରୋକିବା ପାଇଁ ଏବଂ
  • ଏହାବ୍ୟତୀତ ବ୍ୟବସାୟ ପୁନର୍ଗଠନ ବା ଗୋଷ୍ଠୀ ପୁନର୍ଗଠନ ପ୍ରକ୍ରିୟା ପରିପ୍ରେକ୍ଷୀରେ)
  • ଆଇନଗତ ଦାୟିତ୍ୱ ପାଳନ କରିବା ଜରୁରୀ
  • ଆପଣଙ୍କୁ ପ୍ରାସଙ୍ଗିକ ୱେବସାଇଟ୍ କଣ୍ଟେଣ୍ଟ୍ ଏବଂ ବିଜ୍ଞାପନ ପ୍ରଦାନ କରିବା ଏବଂ ଆମେ ଆପଣଙ୍କୁ ପ୍ରଦାନ କରୁଥିବା ବିଜ୍ଞାପନର ପ୍ରଭାବକୁ ନିରୂପଣ କରିବା କିମ୍ବା ବୁଝିବା ପାଇଁ ।

  • ପରିଚୟ
  • କଣ୍ଟାକ୍ଟ୍
  • ପ୍ରୋଫାଇଲ୍
  • ବ୍ୟବହାର
  • ମାର୍କେଟିଂ ଏବଂ କମ୍ୟୁନିକେସନ୍
  • ଡିଭାଇସ୍, IP, ନେଟୱାର୍କ
  • ଆମର ଲେଜିଟିମେଟ୍ ଇଣ୍ଟ୍ରେଷ୍ଟ ପାଇଁ ଆବଶ୍ୟକ (କଷ୍ଟମର୍‌ମାନେ ଆମର ପ୍ରଡକ୍ଟ୍/ସର୍ଭିସ୍‌ଗୁଡ଼ିକ କିପରି ବ୍ୟବହାର କରନ୍ତି, ସେମାନଙ୍କୁ ବିକଶିତ କରିବା ପାଇଁ, ଆମର ବ୍ୟବସାୟ ବୃଦ୍ଧି କରିବା ଏବଂ ଆମର ମାର୍କେଟିଂ କୌଶଳ ପାଇଁ)
  • ଆମ ପ୍ଲାଟଫର୍ମ, ପ୍ରଡକ୍ଟ୍/ସର୍ଭିସ୍, ମାର୍କେଟିଂ, କଷ୍ଟମର୍‌ଙ୍କ ସହିତ ସମ୍ପର୍କ ଏବଂ ସେମାନଙ୍କ ଅନୁଭୂତିକୁ ଉନ୍ନତ କରିବାକୁ ଡାଟା ଆନାଲିଟିକ୍ସ ବ୍ୟବହାର କରିବା ପାଇଁ
  • ଡିଭାଇସ୍, IP, ନେଟୱାର୍କ
  • ବ୍ୟବହାର
  • ଆମର ଲେଜିଟିମେଟ୍ ଇଣ୍ଟ୍ରେଷ୍ଟ ପାଇଁ ଆବଶ୍ୟକ (ଆମର ପ୍ରଡକ୍ଟ୍ ଏବଂ ସର୍ଭିସ୍‌ଗୁଡ଼ିକ ପାଇଁ ବିଭିନ୍ନ ପ୍ରକାରର କଷ୍ଟମର୍‌ଙ୍କୁ ଚିହ୍ନଟ କରିବା ପାଇଁ, ଆମର ୱେବସାଇଟ୍‌କୁ ଅପଡେଟ୍ ଏବଂ ପ୍ରାସଙ୍ଗିକ ରଖିବା ପାଇଁ, ଆମର ବ୍ୟବସାୟର ସମୃଦ୍ଧି କରିବା ଏବଂ ଆମର ମାର୍କେଟିଂ କୌଶଳକୁ ଜଣାଇବା ପାଇଁ)

ଗୋପନୀୟତା, ପ୍ରତିଧାରଣ ଏବଂ ନିରାପତ୍ତା

ସଂଗୃହୀତ ବ୍ୟକ୍ତିଗତ ବିବରଣୀ କେବଳ ଭାରତୀୟ ଆଇନ ଅନୁଯାୟୀ ସମ୍ମତ ହୋଇଥିବା ବ୍ୟବସାୟିକ ଉଦ୍ଦେଶ୍ୟ ପରିସରରେ ବ୍ୟବହୃତ ହେବ ।

  • ଆମେ ସଂଗୃହୀତ ବିବରଣୀକୁ ନିମ୍ନଲିଖିତ କ୍ଷେତ୍ରରେ ସେୟାର୍ କରିପାରୁ:
  • କୌଣସି ଅନୁସନ୍ଧାନ ପାଇଁ କିମ୍ବା ଆଇନଗତ ପ୍ରକ୍ରିୟାକୁ ପାଳନ କରିବା ପାଇଁ କିମ୍ବା ଏହି କୌଣସି କର୍ତ୍ତୃପକ୍ଷଙ୍କ ଅନୁରୋଧର ଉତ୍ତରରେ କିମ୍ବା ପ୍ରଯୁଜ୍ୟ ସର୍ତ୍ତାବଳୀ ଲାଗୁ କରିବାକୁ କିମ୍ବା ଆମର ୟୁଜର୍ ଏବଂ ପାର୍ଟନର୍‌ଙ୍କ ଅଧିକାର, ଗୋପନୀୟତା, ନିରାପତ୍ତା କିମ୍ବା ସମ୍ପତ୍ତିର ସୁରକ୍ଷା ପାଇଁ ସରକାର/ସରକାରୀ କର୍ତ୍ତୃପକ୍ଷ କିମ୍ବା ଏଜେନ୍ସି ଏବଂ ଆଇନଗତ କିମ୍ବା ନ୍ୟାୟିକ କର୍ତ୍ତୃପକ୍ଷଙ୍କ ସହିତ ।
  • ପରିଚୟ ଚୋରି, ଠକେଇ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପର ଚିହ୍ନଟ ଏବଂ ପ୍ରତିରୋଧ କରିବାରେ ସାହାଯ୍ୟ କରିବା ପାଇଁ ଆମର ଅନ୍ୟ ସଂସ୍ଥା ଏବଂ ସହଯୋଗୀମାନଙ୍କ ସହିତ; ଆମର ପ୍ରଡକ୍ଟ୍ ଏବଂ ସର୍ଭିସ୍‌ଗୁଡ଼ିକର ଅପବ୍ୟବହାରକୁ ରୋକିବା ଏବଂ ଆପଣଙ୍କୁ ଆମର ସେବାଗୁଡ଼ିକ ପ୍ରଦାନ କରିବା ପାଇଁ ସମ୍ବନ୍ଧିତ ଆକାଉଣ୍ଟଗୁଡ଼ିକୁ କୋରିଲେଟ୍ କିମ୍ୱା ମ୍ୟାପ୍ କରିବା ।
  • ଆମର ଅଧିକୃତ ପାର୍ଟନର୍‌ଙ୍କ ସହିତ ଯେଉଁମାନେ ଏକ ଚୁକ୍ତିନାମା ଏବଂ କଠୋର ସୁରକ୍ଷା ଏବଂ ଗୋପନୀୟତା ପ୍ରତିବନ୍ଧକ ଅଧୀନରେ କାର୍ଯ୍ୟ କରନ୍ତି । ଆମର ପାର୍ଟନର୍‌ମାନେ କଣ୍ଟାକ୍ଟ୍ ଇନ୍‌ଫର୍ମେସନ୍ ଭେରିଫିକେସନ୍, ଦେୟ ପ୍ରକ୍ରିୟାକରଣ, ଗ୍ରାହକ ସେବା, ୱେବସାଇଟ୍ ହୋଷ୍ଟିଂ, ଡାଟା ବିଶ୍ଳେଷଣ, ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ପ୍ରୋଭିଜନ୍, ଆଇଟି ସେବା ଏବଂ ଅନ୍ୟାନ୍ୟ ସେବା ସହିତ ଅନେକ ସେବା ପ୍ରଦାନ କରନ୍ତି ।
  • ଏପରି ଏକ ପରିସ୍ଥିତି ଯେଉଁଠାରେ ଆମେ କିମ୍ବା ଆମର ଆସେଟ୍‌ଗୁଡ଼ିକ ଅନ୍ୟ ବ୍ୟବସାୟିକ ସଂସ୍ଥା ଦ୍ୱାରା ସଂଯୁକ୍ତ କିମ୍ବା ଅଧିଗ୍ରହଣ କରାଯାଏ, କିମ୍ବା ବ୍ୟବସାୟର ପୁନର୍ଗଠନ କିମ୍ବା ପୁନର୍ସଙ୍ଗଠନ ସମୟରେ । ଯଦି ଏପରି ଟ୍ରାଞ୍ଜାକ୍‌ସନ୍ ହୁଏ, ତେବେ ଅନ୍ୟ ବ୍ୟବସାୟିକ ସଂସ୍ଥା କିମ୍ବା ନୂତନ ଭାବରେ ସଂଯୁକ୍ତ ବ୍ୟବସାୟିକ ସଂସ୍ଥାକୁ ଏହି ଗୋପନୀୟତା ନୀତିକୁ ଅନୁସରଣ କରିବା ଆବଶ୍ୟକ ହେବ ।
  • ଆପଣଙ୍କ ଏବଂ/କିମ୍ବା ଆମର ପାର୍ଟନର୍‌ମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏବଂ ଆମକୁ ଉପଲବ୍ଧ ପ୍ରତିକାରଗୁଡ଼ିକୁ ଅନୁସରଣ କରିବାକୁ କିମ୍ବା କ୍ଷତିକୁ ସୀମିତ କରିବାକୁ ଅନୁମତି ଦେବା ପାଇଁ ଯାହା କି ତୃତୀୟ ପକ୍ଷଦ୍ୱାରା ଆମର ପ୍ରଡକ୍ଟ୍ କିମ୍ବା ଏହାର କଣ୍ଟେଣ୍ଟ୍‌ର ଅନଧିକୃତ ବ୍ୟବହାର/ଅପବ୍ୟବହାର କ୍ଷେତ୍ରରେ ହୋଇଥାଏ ।
  • ଆମେ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛୁ ଯେ ବିଦ୍ୟାର୍ଥୀଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ସମ୍ବନ୍ଧରେ ବିଦ୍ୟାଳୟଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଗୋପନୀୟ ରଖାଯିବ ଏବଂ କେବଳ Embibeର ସେହି କର୍ମଚାରୀମାନେ ଏହାକୁ ଆକ୍ସେସ୍ କରିପାରିବେ ଯେଉଁମାନଙ୍କୁ ଏହାର ଆକ୍ସେସ୍ ପ୍ରଦାନ କରାଯାଇଥିବ।
  • ଯେକୌଣସି ଆଇନଗତ, ନିୟାମକ, ଟିକସ, ଆକାଉଣ୍ଟିଂ କିମ୍ୱା ରିପୋର୍ଟିଂ ଆବଶ୍ୟକତା ପୂରଣ କରିବା ସମେତ ଆମେ ଏହାକୁ ସଂଗ୍ରହ କରିଥିବା ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଆବଶ୍ୟକ ଥିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ପର୍ସନାଲ୍ ଡାଟାକୁ ରଖିବୁ। କୌଣସି ଅଭିଯୋଗ କ୍ଷେତ୍ରରେ କିମ୍ବା ଯଦି ଆମେ ଯୁକ୍ତିଯୁକ୍ତ ଭାବରେ ବିଶ୍ୱାସ କରୁ ଯେ ଆପଣଙ୍କ ସହିତ ଆମର ସମ୍ବନ୍ଧକୁ ନେଇ ମାମଲା ରୁଜୁ ହେବାର ସମ୍ଭାବନା ଅଛି, ତେବେ ଆମେ ଆପଣଙ୍କ ପର୍ସନାଲ୍ ଡାଟାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିପାରୁ।
  • ପର୍ସନାଲ୍ ଡାଟା ପାଇଁ ଉପଯୁକ୍ତ ପ୍ରତିଧାରଣ ଅବଧି ନିର୍ଦ୍ଧାରଣ କରିବାକୁ ଆମେ ନିମ୍ନଲିଖିତ ତଥ୍ୟଗୁଡ଼ିକ ଉପରେ ବିଚାର କରିଥାଉ, ଯେପରିକି: ପର୍ସନାଲ୍ ଡାଟାର ପରିମାଣ, ପ୍ରକୃତି ଏବଂ ସମ୍ବେଦନଶୀଳତା, ଆପଣଙ୍କ ପର୍ସନାଲ୍ ଡାଟାର ଅନଧିକୃତ ବ୍ୟବହାର କିମ୍ବା ପ୍ରକାଶନରୁ କ୍ଷତିର ସମ୍ଭାବ୍ୟ ବିପଦ, କେଉଁ ଉଦ୍ଦେଶ୍ୟ ପାଇଁ ଆମେ ଆପଣଙ୍କ ପର୍ସନାଲ୍ ଡାଟାକୁ ଉପଯୋଗ କରୁ ଏବଂ ଆମେ ଅନ୍ୟ ମାଧ୍ୟମ ଜରିଆରେ ସେହି ଉଦ୍ଦେଶ୍ୟଗୁଡ଼ିକ ହାସଲ କରିପାରିବା କି ନାହିଁ ଏବଂ ପ୍ରଯୁଜ୍ୟ ଆଇନଗତ, ନିୟାମକ, ଟିକସ, ଆକାଉଣ୍ଟିଂ କିମ୍ବା ଅନ୍ୟାନ୍ୟ ଆବଶ୍ୟକତା।
  • ଆଇନ ଅନୁସାରେ ଆମକୁ ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଆମର କଷ୍ଟମର୍‌ଙ୍କ ସମ୍ବନ୍ଧୀୟ ମୌଳିକ ବିବରଣୀକୁ (ଏଥିରେ ଯୋଗାଯୋଗ, ପରିଚୟ, ଆର୍ଥିକ ଏବଂ ଟ୍ରାଞ୍ଜାକ୍‌ସନ୍ ଡାଟା ଅନ୍ତର୍ଭୁକ୍ତ) ରଖିବାକୁ ପଡ଼ିବ।
  • କେତେକ ପରିସ୍ଥିତିରେ ଆପଣ ଆମକୁ ଆପଣଙ୍କ ଡାଟାକୁ ଡିଲିଟ୍ କରିବାକୁ କହିପାରିବେ: ଅଧିକ ବିବରଣୀ ପାଇଁ ନିମ୍ନରେ ଥିବା ଆପଣଙ୍କ ଆଇନଗତ ଅଧିକାରଗୁଡ଼ିକୁ ଦେଖନ୍ତୁ।
  • କେତେକ ପରିସ୍ଥିତିରେ ଆମେ ରିସର୍ଚ୍ଚ୍ କିମ୍ବା ଷ୍ଟାଟିଷ୍ଟିକାଲ୍ ଉଦ୍ଦେଶ୍ୟରେ ଆପଣଙ୍କ ପର୍ସନାଲ୍ ଡାଟା (ଯାହା ଦ୍ୱାରା ଏହା ଆଉ ଆପଣଙ୍କ ସହିତ ଜଡ଼ିତ ହୋଇପାରିବ ନାହିଁ) କୁ ଆନୋନିମାଇଜ୍ କରିବୁ, ଏହି କ୍ଷେତ୍ରରେ ଆମେ ଆପଣଙ୍କୁ ଅଧିକ ବିବରଣୀ ନଦେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବିବରଣୀକୁ ବ୍ୟବହାର କରିପାରୁ।
  • ଆପଣଙ୍କ ଡାଟା ଏବଂ ବିବରଣୀକୁ ସେଫ୍‌ଗାର୍ଡ୍ ଏବଂ ସୁରକ୍ଷିତ ରଖିବା ପାଇଁ ଆମେ ଆନ୍ତର୍ଜାତିକ ମାନକ IS/ISO/IEC 27001 ଅନୁଯାୟୀ ଉପଯୁକ୍ତ ସୁରକ୍ଷା ଅଭ୍ୟାସ ଏବଂ ପଦ୍ଧତି ଗ୍ରହଣ କରିଛୁ, ଯେଉଁଥିରେ ଷ୍ଟ୍ରାଟେଜିକ୍, ଅପରେସନାଲ୍, ମ୍ୟାନେଜରିୟାଲ୍, ଟେକ୍ନିକାଲ୍ ଏବଂ ଫିଜିକାଲ୍ ସିକ୍ୟୁରିଟି କଣ୍ଟ୍ରୋଲ୍ ଅନ୍ତର୍ଭୁକ୍ତ କରାଯାଇଛି। ପର୍ସନାଲ୍ ବିବରଣୀର ଅନଧିକୃତ ଆକ୍ସେସ୍‌ରୁ ଏବଂ ଏହାକୁ ବେଆଇନ ଅବରୋଧରୁ ରକ୍ଷା କରିବା ପାଇଁ ଆମେ ଉପରୋକ୍ତ ପଦ୍ଧତି ଅନୁଯାୟୀ ଏଭଳି ପଦକ୍ଷେପ ଗ୍ରହଣ କରିଛୁ। ଏହାବ୍ୟତୀତ, ଆମେ ଏହା ନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛୁ ଯେ ଆପଣଙ୍କ ପର୍ସନାଲ୍ ବିବରଣୀ ଆମ କର୍ମଚାରୀ କିମ୍ବା ପାର୍ଟନର୍‌ଙ୍କ କର୍ମଚାରୀମାନଙ୍କ ପାଇଁ କଡ଼ାକଡ଼ି ଭାବରେ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହେବ।
  • ଆମର ୱେବସାଇଟ୍, ଆପ୍ଲିକେସନ୍, ପୋର୍ଟାଲ୍ ଏବଂ ନେଟୱାର୍କ ଇକ୍ୟୁପ୍‌ମେଣ୍ଟ୍‌ଗୁଡ଼ିକରେ ଆମ ପରିବେଶ ଅନ୍ତର୍ଗତ ବିବରଣୀର କ୍ଷତି, ଅପବ୍ୟବହାର ଏବଂ ପରିବର୍ତ୍ତନରୁ ଏହାକୁ ରକ୍ଷା କରିବା ପାଇଁ ଇଣ୍ଡଷ୍ଟ୍ରୀ-ଷ୍ଟାଣ୍ଡାର୍ଡ୍ ନିରାପତ୍ତା ସତର୍କତା ରହିଛି। ଯେତେବେଳେ ବି ଆପଣ ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ବିବରଣୀକୁ ପରିବର୍ତ୍ତନ କିମ୍ବା ଆକ୍ସେସ୍ କରନ୍ତି, ଆମେ ଆପଣଙ୍କୁ ସୁରକ୍ଷିତ ସିଷ୍ଟମ୍‌ର ବ୍ୟବହାର କରିବା ପାଇଁ ସୁବିଧା ପ୍ରଦାନ କରିଥାଉ। ଅନଧିକୃତ ଆକ୍ସେସ୍‌ରୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ନିରାପତ୍ତା ପ୍ରକ୍ରିୟାର ଅନୁସରଣ ଦ୍ୱାରା ଆମର ହେପାଜତ ଏବଂ ନିୟନ୍ତ୍ରଣରେ ଥିବା ବିବରଣୀ ସୁରକ୍ଷିତ ରହିଥାଏ। ଆମ ଦ୍ୱାରା ଷ୍ଟୋର୍ କିମ୍ବା ଟ୍ରାନ୍ସମିଟ୍ କରିବା ସମୟରେ ପର୍ସନାଲ୍ ବିବରଣୀକୁ ସୁରକ୍ଷିତ ରଖିବା ପାଇଁ ଏନକ୍ରିପ୍ସନ୍ କିମ୍ୱା ଅନ୍ୟ ଉପଯୁକ୍ତ ନିରାପତ୍ତା କଣ୍ଟ୍ରୋଲ୍‌କୁ ପ୍ରୟୋଗ କରୁ।

ପ୍ରଶ୍ନ, ଅଭିଯୋଗ ଏବଂ ଅଧିକାର

  • Indiavidual Learning Limited ହେଉଛି ସଂଗୃହୀତ ଡାଟାର ନିୟନ୍ତ୍ରକ ଏବଂ ଆପଣଙ୍କ ପର୍ସନାଲ୍ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଦାୟୀ।
  • ଯଦି ଆପଣ ଏହି ଗୋପନୀୟତା ନୀତି କିମ୍ବା ଆମର ଗୋପନୀୟତା ପ୍ରାକ୍ଟିସ୍ ସହିତ ସହମତ ନୁହଁନ୍ତି, ଦୟାକରି [email protected] ରେ ଇମେଲ୍ କରି ଆମ ସହ ଯୋଗାଯୋଗ କରନ୍ତୁ

କିମ୍ବା ନିମ୍ନରେ ପ୍ରଦତ୍ତ ଠିକଣାରେ ମେଲ୍ କରନ୍ତୁ: Legal Team Indiavidual Learning Limited, ପ୍ରଥମ ମହଲା, ନଂ.150, ଟାୱାର୍ B, ଡାଇମଣ୍ଡ୍ ଡିଷ୍ଟ୍ରିକ୍ଟ୍, ୱଲ୍ଡ୍ ଏୟାରପୋର୍ଟ୍ ରୋଡ୍, କୋଡିହାଲି, ବେଙ୍ଗାଲୁରୁ – 560008, କର୍ଣ୍ଣାଟକ।

ଗୋପନୀୟତା ପ୍ରାକ୍ଟିସ୍ ପରାମର୍ଶ ଏବଂ ଏସ୍କେଲେସନ୍ ପାଇଁ ଆପଣ ନିମ୍ନ ଇମେଲ୍ ରେ ଆମକୁ ଯୋଗାଯୋଗ କରିପାରିବେ:

ନାମ: ଗୁରୁ ପ୍ରସାଦ ପଟ୍ଟନାୟକ
ଇମେଲ୍: [email protected]
ଏବଂ/କିମ୍ବା
ନାମ: ରାଧା ନାୟାର
ଇମେଲ୍: [email protected]

  • ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଯେକୌଣସି ସମୟରେ ଅଭିଯୋଗ କରିବାର ଅଧିକାର ଆପଣଙ୍କର ରହିଛି। ତଥାପି, ଆପଣ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବା ପୂର୍ବରୁ ଆମକୁ ସମସ୍ୟାର ସମାଧାନ କରିବାର ସୁଯୋଗ ମିଳିଲେ ଆମେ ଉପକୃତ ମନେକରିବୁ।
  • ଆମ ପ୍ଲାଟଫର୍ମରେ ତୃତୀୟ-ପକ୍ଷ ୱେବସାଇଟ୍, କଣ୍ଟେଣ୍ଟ୍, ପ୍ଲଗ୍-ଇନ୍ ଏବଂ ଆପ୍ଲିକେସନ୍‌ଗୁଡ଼ିକର ଲିଙ୍କ୍ ରହିପାରେ। ସେହି ଲିଙ୍କ୍‌ଗୁଡ଼ିକ ଉପରେ କ୍ଲିକ୍ କରିବା କିମ୍ବା ସେହି କନେକ୍ସନ୍‌ଗୁଡ଼ିକୁ ସକ୍ଷମ କରିବା ଦ୍ୱାରା ତୃତୀୟ ପକ୍ଷ ଆପଣଙ୍କ ସମ୍ବନ୍ଧୀୟ ଡାଟା ସଂଗ୍ରହ କିମ୍ୱା ସେୟାର୍ କରିବାର ଅନୁମତି ପାଇପାରନ୍ତି। ଆମେ ଏହି ତୃତୀୟ-ପକ୍ଷ ୱେବସାଇଟ୍‌ଗୁଡ଼ିକୁ ନିୟନ୍ତ୍ରଣ କରୁନାହୁଁ ଏବଂ ସେମାନଙ୍କ ଗୋପନୀୟତା ବିବୃତି ପାଇଁ ଆମେ ଦାୟୀ ନୁହଁ। ଯେତେବେଳେ ଆପଣ ଆମର ୱେବସାଇଟ୍‌ରୁ ଅନ୍ୟ ଏକ ୱେବସାଇଟ୍‌କୁ ଯାଆନ୍ତି, ଆମେ ଆପଣଙ୍କୁ ପ୍ରତ୍ୟେକ ୱେବସାଇଟ୍‌ର ଗୋପନୀୟତା ନୀତି ପଢ଼ିବାକୁ ପରାମର୍ଶ ଦେବୁ।
Embibe

Saas ମାଧ୍ୟମରେ AIକୁ ଅନଲକ୍ କରିବା

Embibe

ବେଷ୍ଟ ଆନିମେଟେଡ୍ ଫ୍ରେମ୍ ଆୱାର୍ଡ 2024

Embibe

AR/VR/MR ରେ ଉଦ୍ଭାବନ

Embibe

ଆପ୍ଲାଏଡ୍ AI ର ନୂତନ ଦୁନିଆ

Embibe

ଆପଣ ଅଧିକ ମାର୍କ ରଖିପାରିବେ

Embibe

ଆକର୍ଷଣୀୟ AI ପ୍ଲାଟଫର୍ମ, ପର୍ସନାଲାଇଜିଂ ଶିକ୍ଷା

Embibe

9ଟି ପେଟେଣ୍ଟ୍ ବିଶିଷ୍ଟ ଗୌରବଶାଳୀ ଅଧିକର୍ତ୍ତା

Embibe

ଭାରତର ଶୀର୍ଷ 20 AI ଇନଫ୍ଲୁଏନ୍ସର୍

Embibe

ସର୍ବାଧିକ ବ୍ୟବସାୟିକ ପ୍ରଭାବ ପାଇଁ ଶ୍ରେଷ୍ଠ ପୁରସ୍କାର

Embibe

AI ବିଶିଷ୍ଟ ପର୍ସନାଲାଇଜଡ୍ ଏଡ୍-ଟେକ୍

Embibe

ଉତ୍ତମ ଫଳାଫଳ ପ୍ରଦାନ ପାଇଁ ବୁଦ୍ଧିମତାର ଉପଯୋଗ

Embibe

ଡାଟା ଆନାଲିଟିକ୍ସ ସହାୟତାରେ ବିଦ୍ୟାର୍ଥୀଙ୍କ ଆଚରଣରେ ସୁଧାର

Embibe

39 ଇନସାଇଟଫୁଲ୍ ପବ୍ଲିକେସନ୍

Embibe

DKT ବ୍ୟବହାର କରି ସମସ୍ୟାର କ୍ରମାନ୍ୱୟ

Embibe

ଭାରତରେ ଶିକ୍ଷାର ପରିବର୍ତ୍ତନ

Embibe

ଟେଷ୍ଟର ଅଟୋ ଜେନେରେସନ୍

Embibe

AI ସଂଚାଳିତ ଅଗ୍ରଣୀ ଲର୍ଣ୍ଣିଂ ସଲ୍ୟୁସନ୍ ପ୍ରୋଭାଇଡର୍

Embibe

ଡିକୋଡିଂ ପରଫର୍ମାନ୍ସ୍

Embibe

ସର୍ବତ୍ର ଶିକ୍ଷକମାନଙ୍କୁ ସଶକ୍ତ କରିବା

Embibe

ଶିକ୍ଷା କ୍ଷେତ୍ରରେ ନିରନ୍ତର ବିପ୍ଲବ

Embibe

ଇଣ୍ଟରପ୍ରେଟେବଲ୍ ଓ ଏକ୍ସପ୍ଲେନେବଲ୍ AI

Embibe

ଇନୋଭେଟର୍ ଅଫ୍ ଦ ଇୟର୍ ଏଜୁକେସନ୍ ଫରଏଭର୍

Embibe

Embibe ହେଉଛି ଗ୍ଲୋବାଲ୍ ଇନୋଭେଟର୍

Pattern

ଅସୀମିତ ନିଃଶୁଳ୍କ ମକ୍ ଟେଷ୍ଟ ଦେବାକୁ ସାଇନ୍ ଅପ୍ କରନ୍ତୁ

ନିଶୁଳ୍କ ଆକାଉଣ୍ଟ୍ କରନ୍ତୁ

ସାଇନ୍ ଅପ୍ କରିବା ଦ୍ୱାରା, ଆପଣ ଆମର ନିୟମ ଓ ସର୍ତ୍ତାବଳୀ ଏବଂ ଗୋପନୀୟତା ନୀତି ସହିତ ସହମତି ପ୍ରକାଶ କରିଛନ୍ତି

Enter OTP

OTP ସଫଳତାପୂର୍ବକ ପଠାଗଲା ଭୁଲ୍ OTP ଦୟାକରି OTP ପ୍ରବେଶ କରନ୍ତୁ| OTP ର ବୈଧତା ଶେଷ ହୋଇଯାଇଛି, ଦୟାକରି ପୁନଃ ଚେଷ୍ଟା କରନ୍ତୁ OTP ସଫଳତାପୂର୍ବକ ପୁନର୍ବାର ପଠାଗଲା
ଆଗକୁ ବଢନ୍ତୁ

OTP ପୁନଃ ପଠାନ୍ତୁ