Robot

Last few days of free access to Embibe

Click on Get Started to access Learning Outcomes today

ସଂରଚନାବାଦ-ଆଧାରିତ ଶିକ୍ଷାଦାନ ଏବଂ ଶିକ୍ଷଣକୁ ସୁଗମ କରିବା ପାଇଁ ସାମାଜିକ ଏବଂ ସାଂସ୍କୃତିକ ବ୍ୟବସ୍ଥା ସମୂହ ସୃଷ୍ଟି

ସାମାଜିକ ସଂରଚନାବାଦ ହେଉଛି ଏକ ସିଦ୍ଧାନ୍ତ ଯାହା ସାମାଜିକ ଏବଂ ସାଂସ୍କୃତିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥାଏ ଯେଉଁଠାରେ ଶିକ୍ଷଣ ହୁଏ । ଏହା ଶିକ୍ଷାର ସହଭାଗୀ ପ୍ରକୃତି ବର୍ଣ୍ଣନା କରେ ।

ଅନେକ ଗବେଷକ ବିଶ୍ୱାସ କରନ୍ତି ଯେ ଶିକ୍ଷଣର ଏକ ସାମାଜିକ ପ୍ରସଙ୍ଗ ରହିଛି । ଏହାର ଅର୍ଥ ହେଉଛି ଜ୍ଞାନର ଗଠନ, ତେଣୁ ମାନବର ବିକାଶ ଅନ୍ୟମାନଙ୍କ ସହିତ ଭାବର ଆଦାନ ପ୍ରଦାନ ମାଧ୍ୟମରେ ହୋଇଥାଏ । ସାମାଜିକ ସଂରଚନାବାଦ ହେଉଛି ଏପରି ଏକ ସିଦ୍ଧାନ୍ତ ଯାହା ଶିକ୍ଷାର ଭାଗିଦାରୀତା ଗୁଣ ଉପରେ ଗୁରୁତ୍ୱ ଦେଇଥାଏ ଏବଂ ବ୍ୟାଖ୍ୟା କରେ ।

ସଂରଚନାବାଦ ସାଧାରଣତଃ ଶିକ୍ଷାର ଏକ ସିଦ୍ଧାନ୍ତ ଭାବରେ ଉପସ୍ଥାପିତ ହୁଏ ଯେଉଁଥିରେ ବିଦ୍ୟାର୍ଥୀମାନେ ତଥ୍ୟର ସଂରଚନା ପ୍ରସ୍ତୁତ କରିବା ପାଇଁ ଜ୍ଞାନ ସହିତ ମହତ୍ୱପୂର୍ଣ୍ଣ  ଯୋଗଦାନ ମାଧ୍ୟମରେ ସେମାନଙ୍କର ବୋଧଶକ୍ତି ହାସଲ କରିଥାନ୍ତି । କେବଳ ସୂଚନା ଗ୍ରହଣ କରିବା ପରିବର୍ତ୍ତେ, ବିଦ୍ୟାର୍ଥୀ ତଥ୍ୟ ଉତ୍ସର ବିସ୍ତାର ଏବଂ ଅନ୍ୟମାନଙ୍କ ସହିତ ଆଲୋଚନାରୁ ଅର୍ଥ ବାହାର କରିଥାନ୍ତି । ଶିକ୍ଷାଦାନ ଅଭ୍ୟାସ ଅଭିଭାଷଣ ଓ ଅନ୍ୟାନ୍ୟ ଟ୍ରାନ୍ସମିଟାଲ୍ ମୋଡ୍ ରେ ସିମୀତ ନରହି ସମସ୍ୟା- ଭିତ୍ତିକ, ସହଭାଗୀ ଏବଂ ଶିକ୍ଷଣ ପାଇଁ ପ୍ରାୟୋଗିକ ଡିଜାଇନ୍ ରେ ପରିଣତ ହୋଇଥାଏ ।

ଏହି ସିଦ୍ଧାନ୍ତ ଅନୁଯାୟୀ, ବ୍ୟକ୍ତିଙ୍କ ଠାରେ  କେବଳ ନୂତନ ସମ୍ମୀଳିତ ଜ୍ଞାନ ମାଧ୍ୟମରେ ଶିକ୍ଷଣ ହୁଏ ନାହିଁ । ଏଥିରେ ସାମାଜିକ ଓ ସାଂସ୍କୃତିକ ପରିସ୍ଥିତି ପ୍ରାଥମିକ ଭୂମିକା ଗ୍ରହଣ କରିଥାଏ । ପାରସ୍ପରିକ ଭାବ ଆଦାନ ପ୍ରଦାନ, ଯୋଗାଯୋଗ, ଆଲୋଚନା ଏବଂ ଆଲୋଚନାକୁ ବିଦ୍ୟାର୍ଥୀମାନେ କେତେ ବୁଝିଛନ୍ତି, ଆଦି ଏସବୁ ଉପରେ ସଫଳ ଶିକ୍ଷାଦାନ ଏବଂ ଶିକ୍ଷଣ ଗୁରୁତ୍ୱ ଦେଇଥାଏ । ଏହି ସିଦ୍ଧାନ୍ତ ଶିକ୍ଷକମାନଙ୍କୁ ଶ୍ରେଣୀଗୃହରେ ବାର୍ତ୍ତାଳାପକୁ ଉତ୍ସାହିତ ଏବଂ ଅବସର ପ୍ରଦାନ କରିଥାଏ ।

ଏକାଧିକ ଗବେଷଣାରୁ ଜଣାପଡିଛି ଯେ ଶ୍ରେଣୀଗୃହରେ ବିଦ୍ୟାର୍ଥୀମାନଙ୍କ ଆଲୋଚନା କିପରି ଜ୍ଞାନ ଗଠନ ଓ ଦକ୍ଷତା ବିକାଶରେ ସହାୟକ ହୁଏ, ଯାହା ସାମାଜିକ ସଂରଚନାବାଦକୁ ସମର୍ଥନ କରେ । ଉଦାହରଣ ସ୍ୱରୂପ, ଶ୍ରେଣୀରେ ଗୋଷ୍ଠୀ ଆଲୋଚନାରେ ଅଂଶଗ୍ରହଣ କରିବା ଦ୍ୱାରା ବିଦ୍ୟାର୍ଥୀମାନେ ଆଲୋଚନା ପ୍ରସଙ୍ଗକୁ ଭଲ ଭାବରେ ବୁଝନ୍ତି, ସେମାନଙ୍କର ଜ୍ଞାନ ସ୍ଥାନାନ୍ତର କରିବାକୁ ଏବଂ ସେମାନଙ୍କର ଯୋଗାଯୋଗ ଦକ୍ଷତା ବିକାଶ କରିବାକୁ ଅବସର ପ୍ରଦାନ କରିଥାଏ ।

ଶିକ୍ଷାଦାନ ଓ  ଶିକ୍ଷଣକୁ ସଂରଚନାବାଦ ଏହି ପ୍ରକାର ରୂପ ଦେଇଥାଏ :

  1. ଏକ ନିରନ୍ତର କାର୍ଯ୍ୟକଳାପ 
  2. ଅର୍ଥ ଜାଣିବାକୁ ଅନ୍ୱେଷଣ 
  3. କଷ୍ଟୋମାଇଜ୍ ପାଠ୍ୟକ୍ରମକୁ ପରାମର୍ଶ ଦେଇଥିବା ବିଜ୍ଞ ଓ ଅନ୍ୟାନ୍ୟ ଜ୍ଞାନୀବ୍ୟକ୍ତିମାନଙ୍କର ମାନସିକ ମଡେଲଗୁଡିକ ବୁଝିବା 
  4. ପ୍ରଶିକ୍ଷଣ ପ୍ରକ୍ରିୟାର ଏକ ଉପାଦାନ ହେଉଛି ମୂଲ୍ୟାଙ୍କନ 
  5. ପରସ୍ପର ବାର୍ତ୍ତାଳାପ ମାଧ୍ୟମରେ ସହଯୋଗୀ ପ୍ରକ୍ରିୟାକୁ ସୁଗମ କରିବା

ସଂରଚନାବାଦ ହେଉଛି ଶିକ୍ଷାଦାନ ଓ ବିଦ୍ୟାର୍ଥୀମାନଙ୍କର ଏକ ସହଯୋଗୀ ଆଭିମୁଖ୍ୟ ।

ସାମାଜିକ ସଂରଚନାବାଦ ଶିକ୍ଷଣ ମଡେଲରେ ଶିକ୍ଷକଙ୍କ ଦାୟିତ୍ୱ ହେଉଛି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଚିହ୍ନିବା । ‘ପ୍ରକ୍ସିମାଲ୍ ଡେଭଲପମେଣ୍ଟର ଜୋନ୍’ ଭାବରେ ବର୍ଣ୍ଣିତ ଏହି  କ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ ଚ୍ୟାଲେଞ୍ଜ ଦିଆଯାଇଥାଏ କିନ୍ତୁ ପରାସ୍ତ କରିବାକୁ ନୁହେଁ । ଯେଉଁଠାରେ ସେମାନେ ସୁରକ୍ଷିତ ରହିପାରିବେ ଏବଂ ଅନୁଭୂତିରୁ କିଛି ନୂଆ ଶିଖିବେ ।

ଏହାର ଅର୍ଥ ହେଉଛି ଶିକ୍ଷାଦାନ ନିଶ୍ଚିତ ଭାବରେ ବିଦ୍ୟାର୍ଥୀ ଜାଣିଥିବା ବିଷୟରୁ ଆରମ୍ଭ କରିବା ଏବଂ ତା’ପରେ ଅନ୍ୟ ଏକ ଢାଂଞ୍ଚା ନିର୍ମାଣ କରିବା ଯାହାକି ପରବର୍ତ୍ତୀ ଜ୍ଞାନକୁ ସମର୍ଥନ କରୁଥିବ ।

ସାମାଜିକ ସଂରଚନାବାଦରେ ବିଦ୍ୟାର୍ଥୀମାନେ ସଂଳାପ ମାଧ୍ୟମରେ କହିବା ଶିଖିବା ଉଚିତ ଏବଂ ପରବର୍ତ୍ତୀ ସମୟରେ କନସେପ୍ଟ ମଧ୍ୟରେ ବିଷୟକୁ ସଂଯୋଗ କରି ବକ୍ତବ୍ୟର ଅର୍ଥ ବୁଝିବା ଉଚିତ । ତେଣୁ, ବିଦ୍ୟାର୍ଥୀମାନେ ଶିକ୍ଷଣ ସାମଗ୍ରୀ ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଆବଶ୍ୟକ ଯାହାକି ସେମାନେ ନିଜେ ସମ୍ପୂର୍ଣ୍ଣ କରିବାକୁ ଅସମର୍ଥ ହେବେ, କିନ୍ତୁ ସାହାଯ୍ୟ ପାଇଲେ ସଫଳତାର ସହ ଶିଖିପାରିବେ । ଆଭ୍ୟନ୍ତରୀଣ କାରଣଗୁଡ଼ିକୁ ବିଚାର କରି ଏହା କରାଯାଇପାରିବ । ଏଥିରେ ବିଦ୍ୟାର୍ଥୀଙ୍କର ପୂର୍ବ ଜ୍ଞାନଗତ ଅଭିଜ୍ଞତା ଅନ୍ତର୍ଭୁକ୍ତ, ଯାହା ନୂତନ ସୂଚନାକୁ ବ୍ୟାଖ୍ୟା ଏବଂ ବୁଝିବାର ଉପାୟକୁ ପ୍ରଭାବିତ କରିଥାଏ । ତେଣୁ, ନିର୍ମାଣ ଓ ପୁନଃନିର୍ମାଣର ଏକ ନିରନ୍ତର ପ୍ରକ୍ରିୟା ସହିତ ଜ୍ଞାନ ଆହରଣ ଜଡିତ । ଏହି ପ୍ରକାର ଶ୍ରେଣୀଗୃହର ବିଦ୍ୟାର୍ଥୀମାନଙ୍କୁ ଏକ ସମୁଦାୟ ଭାବରେ ବିବେଚନା କରାଯାଇପାରେ । ଶିକ୍ଷକ ବାରମ୍ବାର ଶିକ୍ଷଣକୁ ସହଯୋଗ କରିଥାନ୍ତି । ତେଣୁ, ସାମାଜିକ ସଂରଚନାବାଦ ପରିବେଶରେ ହେଉଥିବା ଶିକ୍ଷାଦାନ ଜ୍ଞାନ ଗଠନ, ବିଚାର ଓ ସଂଗଠନ ସହିତ ଦକ୍ଷତା ବିକାଶକୁ ଉତ୍ସାହିତ କରିଥାଏ ।

Embibe ପ୍ରଡକ୍ଟ/ଫିଚର: ଲାଇଭ୍ ଡାଉଟ୍ ରିଜୋଲ୍ୟୁସନ୍, ପ୍ୟାରେଣ୍ଟ ଆପ୍, ଟିଚର ଆପ୍ ୱିଦ୍ JIOମିଟ୍

Embibe ଏହାର ‘ଲାଇଭ୍ ଡାଉଟ୍ ରିଜୋଲ୍ୟୁସନ୍’ର ବୈଶିଷ୍ଟ୍ୟ ସହିତ ସାମାଜିକ ସଂରଚନାବାଦକୁ ଗୁରୁତ୍ୱ ଦେଇଥାଏ ଯାହା ବିଦ୍ୟାର୍ଥୀମାନଙ୍କୁ 24X7 ଏକାଡେମିକ୍ ଚାଟ୍ ସମର୍ଥନ ପ୍ରଦାନ କରିଥାଏ ଏବଂ ବିଦ୍ୟାର୍ଥୀମାନଙ୍କ ଦ୍ୱନ୍ଦ୍ୱ ପାଇବା କ୍ଷଣି ସେଗୁଡିକର ସମାଧାନ କରିଥାଏ । Embibe ଷ୍ଟୁଡେଣ୍ଟ୍ ଆପ୍ ବ୍ୟତୀତ ଆମର ଏକ ପ୍ୟାରେଣ୍ଟ୍ ଆପ୍ ଏବଂ ଏକ ଟିଚର ଆପ୍ ମଧ୍ୟ ଅଛି ଯାହା ଶିକ୍ଷା ଇକୋସିଷ୍ଟମରେ ଏହି ତିନି ହିତାଧିକାରୀଙ୍କ ମଧ୍ୟରେ ସମ୍ପର୍କ  ତ୍ରିଭୁଜ ଭଳି ରହିଛି । ଶିକ୍ଷକ ଓ ଅଭିଭାବକମାନେ ଏହି ଆପ୍ ଗୁଡ଼ିକରେ ବିଦ୍ୟାର୍ଥୀମାନଙ୍କୁ ଅତି ନିକଟତର ଭାବେ ନିରୀକ୍ଷଣ କରିପାରିବେ ଏବଂ ପୁରସ୍କାର କରିପାରିବେ । JIO ମିଟ୍ ମାଧ୍ୟମରେ, ଆମେ ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସକରାତ୍ମକ ସଂଯୋଗ ସ୍ଥାପନ କରୁ ଯାହାର ଫଳସ୍ୱରୂପ ବିଦ୍ୟାର୍ଥୀମାନଙ୍କର ଏକାଡେମିକ୍ ଜ୍ଞାନ ଓ କୌଶଳ, ସାମାଜିକ ଦକ୍ଷତା ଏବଂ ଭାବପ୍ରବଣତାର ବିକାଶ କରିଥାଏ । ଯେତେବେଳେ ଅଭିଭାବକ ଏବଂ ଶିକ୍ଷକମାନେ ଏକାଠି କାର୍ଯ୍ୟ କରନ୍ତି, ବିଦ୍ୟାର୍ଥୀମାନେ ଶ୍ରେଣୀରେ ଏବଂ ପରେ ସାରା ଜୀବନ ଭଲ ପ୍ରଦର୍ଶନ କରନ୍ତି ।