ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର

ଶିକ୍ଷାକୁ ବାସ୍ତବରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ବିଦ୍ୟାର୍ଥୀଙ୍କ ଅନୁଯାୟୀ ଶିକ୍ଷାଦାନ ବ୍ୟବସ୍ଥା କରିବା ଲକ୍ଷ୍ୟରେ 2012 ମସିହାରେ Embibe ପ୍ରତିଷ୍ଠା ହୋଇଥିଲା । ଆମର ଚିନ୍ତାଧାର ହେଉଛି କୌଣସି ଦୁଇଜଣ ବିଦ୍ୟାର୍ଥୀ ସମାନ ନୁହଁନ୍ତି । ତେବେ ସେମାନଙ୍କର ଶିକ୍ଷଣ ପଦ୍ଧତିଗୁଡ଼ିକ କିପରି ଅବା ସମାନ ହୋଇପାରିବ? ତେଣୁ ଆମେ ଏମିତି ଏକ ଉତ୍କୃଷ୍ଟ ଶିକ୍ଷା ପ୍ଲାଟଫର୍ମ ପ୍ରସ୍ତୁତ କରିଛୁ, ଯାହା ଆଗରୁ କେବେ ହୋଇନାହିଁ । Embibe ଶିକ୍ଷାଦାନକୁ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅନୁଯାୟୀ କରିବା (ପର୍ସନାଲାଇଜେସନ୍) ପାଇଁ AI ଓ ଡାଟା ସାଇନ୍ସ୍ ବ୍ୟବହାର କରିଥାଏ । Embibeରେ, ଆପଣଙ୍କ ପିଲା ବିଶ୍ୱସ୍ତରୀୟ ଶିକ୍ଷଣ ବିଷୟବସ୍ତୁ ପାଇଥାଏ, ଯାହା ସେମାନଙ୍କ ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଏଥିରେ ସେମାନଙ୍କୁ 45,000+ କନସେପ୍ଟ ଆଧାରିତ ଉଚ୍ଚମାନର ଭିଡିଓ ମିଳିଥାଏ, ଯାହା CBSE, ICSE ଏବଂ ଏକାଧିକ ରାଜ୍ୟ ଶିକ୍ଷା ବୋର୍ଡ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଅନୁସାରେ ପ୍ରସ୍ତୁତ ହୋଇଛି । ବିଦ୍ୟାଳୟ ବ୍ୟତୀତ, ସେମାନେ ଇଞ୍ଜିନିୟରିଂ, ମେଡିକାଲ୍, ବ୍ୟାଙ୍କିଙ୍ଗ୍, ଶିକ୍ଷାଦାନ (ଟିଚିଂ), ବୀମା ଆଦି କ୍ଷେତ୍ରରେ ହେଉଥିବା ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିବେ ।

Embibeର ସବୁ କାର୍ଯ୍ୟ ଡାଟା ସାହାଯ୍ୟରେ ହୋଇଥାଏ । ତେଣୁ, ଯେତେବେଳେ ଆମେ କହୁ ଯେ ଆମେ ଆପଣଙ୍କ ପିଲାଙ୍କୁ ସେମାନଙ୍କର ପ୍ରଦର୍ଶନରେ ଉନ୍ନତି କରିବାରେ ସାହାଯ୍ୟ କରିପାରିବୁ, ସେଠାରେ ଏଧ୍ୟ ଏହି କଥା ଆସେ । ଆମେ ପ୍ରଥମେ ଆପଣଙ୍କ ପିଲାଙ୍କ ଜ୍ଞାନ ସ୍ତର ବିଶ୍ଳେଷଣ କରୁ ଏବଂ ସେମାନଙ୍କର କେଉଁ ବିଷୟ ଭଲ ହେଉଛି ଏବଂ କେଉଁ ବିଷୟରେ ସେମାନେ ଦୁର୍ବଳ, ତାହା ଚିହ୍ନଟ କରୁ । ଏହି ବିଶ୍ଳେଷଣ ଆଧାରରେ ଆମେ ଶିକ୍ଷଣ ସାମଗ୍ରୀକୁ ସୁପାରିଶ କରିଥାଉ, ଯାହାକି ଆପଣଙ୍କ ପିଲାଙ୍କ ଦୁର୍ବଳତା ସୁଧାରିବାରେ ସାହାଯ୍ୟ କରିବ । ଏହା କେବଳ ବର୍ତ୍ତମାନର ଶ୍ରେଣୀ ସହିତ ଜଡିତ ନୁହେଁ ବରଂ ସେମାନଙ୍କ ପୂର୍ବ ଶ୍ରେଣୀର ଦୁର୍ବଳତା ଥିବା ବିଷୟ ସହ ସମ୍ପର୍କିତ । ଏହି ଶିକ୍ଷଣ ବିଷୟବସ୍ତୁକୁ ଏପରି ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରାଯାଇଥାଏ, ଯାହା ସେମାନଙ୍କୁ ପାଠ ପ୍ରତି ଆଗ୍ରହୀ କରାଇବା ସହ କନସେପ୍ଟକୁ ଭଲ ଭାବେ ବୁଝିବାରେ ସାହାଯ୍ୟ କରେ ।

ଏବେ ଆମର ଆଡାପ୍ଟିଭ୍ ପ୍ରାକ୍ଟିସ୍ ବୈଶିଷ୍ଟ୍ୟ ବିଷୟରେ ଜାଣିବା । ଆମ AI ଇଞ୍ଜିନ୍ କାର୍ଯ୍ୟଫଳରେ ଏହା ପିଲାଙ୍କ ଜ୍ଞାନ ସ୍ତର ଅନୁଯାୟୀ ପ୍ରାକ୍ଟିସ୍ ପ୍ରଶ୍ନଗୁଡ଼ିକ ପ୍ରସ୍ତୁତ କରିଥାଏ,ଫଳରେ ସେମାନଙ୍କର ଆତ୍ମବିଶ୍ୱାସ ବଢିଥାଏ । ପୁନଶ୍ଚ, ଏଥିରେ ସେମାନଙ୍କୁ ଟିପ୍ସ ଓ ହିଣ୍ଟ୍ ଦେଇ ସଠିକ୍ ଉତ୍ତରଗୁଡିକ ନିରୂପଣ କରିବା ପାଇଁ ସାହାଯ୍ୟ କରିଥାଉ । ପ୍ରାକ୍ଟିସ୍ ସେସନ ଶେଷରେ ଆମେ କେବଳ ଯେ କନସେପ୍ଟ ଉପରେ ଠିକ୍ ଓ ଭୁଲ୍ ମତାମତ ଦେଉ ତା ନୁହେଁ, ବରଂ ତା’ସହିତ ପ୍ରଶ୍ନଗୁଡିକର ଉତ୍ତର ଦେବାକୁ ଆପଣଙ୍କ ପିଲା କିପରି ପ୍ରୟାସ କରିଥିଲେ, ସେ ବିଷୟରେ ବିସ୍ତୃତ ଫିଡବ୍ୟାକ୍ ପ୍ରଦାନ କରିଥାଉ । ସେମାନେ ଗୋଟିଏ ପ୍ରଶ୍ନରେ ଅଧିକ ସମୟ ବିତାଇ ଦେଲେ କି? ସେମାନେ ବେପରୁଆ ଭାବେ ଭୁଲ୍ କରିଛନ୍ତି କି? ସେମାନେ ଅତ୍ୟଧିକ ଆତ୍ମବିଶ୍ୱାସୀ କି? ଏହି ବ୍ୟକ୍ତିଗତ ଫିଡବ୍ୟାକ୍ ଆପଣଙ୍କ ପିଲାଙ୍କୁ ସେମାନଙ୍କ ପରୀକ୍ଷା ପାଇଁ କେତେ ପ୍ରସ୍ତୁତ ତାହା ବୁଝିବାରେ ସାହାଯ୍ୟ କରିବ ।

ଯେତେବେଳେ ଆପଣଙ୍କ ପିଲା ଟେଷ୍ଟ ଦେବାକୁ ପ୍ରସ୍ତୁତ, ଆମେ ଟେଷ୍ଟ ବ୍ୟବସ୍ଥା କରିଥାଉ । ଏହି ଟେଷ୍ଟ ପ୍ରକୃତ ପରୀକ୍ଷାର କଠିନତା ସ୍ତର ସହ ପ୍ରାୟ ସମାନ । ପୂର୍ବ ବର୍ଷଗୁଡିକର ପ୍ରଶ୍ନପତ୍ରକୁ ନେଇ ଟେଷ୍ଟ, କିମ୍ବା ଟେଷ୍ଟ କ୍ୱାଲିଟି ଦର୍ଶାଉଥିବା ଆମର ଏକ ଟେଷ୍ଟ ପ୍ରକୃତ ପରୀକ୍ଷଣର କଠିନତା ସ୍ତର ସହିତ କେତେ ନିକଟତର ତାହା ଦର୍ଶାଇଥାଏ । ଟେଷ୍ଟ ବିଭାଗ ଆପଣଙ୍କୁ କଷ୍ଟମ୍ ଟେଷ୍ଟ ଦେବାକୁ ମଧ୍ୟ ସୁଯୋଗ ଦେଇଥାଏ, ଯେଉଁଠାରେ ଆପଣଙ୍କ ପିଲା ନିଜ ପସନ୍ଦ ଅନୁସାରେ ଏକ କିମ୍ବା ଏକାଧିକ ବିଷୟ/ଟପିକ୍‌କୁ ନେଇ ନିଜସ୍ୱ ଟେଷ୍ଟ ପ୍ରସ୍ତୁତ କରିପାରିବ । ଥରେ ଟେଷ୍ଟ ଦେଇଦେଲେ, ପର୍ସନାଲାଇଜଡ୍ ଫିଡବ୍ୟାକ୍ ବିଶ୍ଳେଷଣ ସେମାନଙ୍କର ଦୁର୍ବଳତା ଓ ସାମର୍ଥ୍ୟ ବିଷୟରେ ଏକ ବିସ୍ତୃତ ସୂଚନା ପ୍ରଦାନ କରିଥାଏ ।

Embibe ଆପଣଙ୍କ ପିଲାଙ୍କ ଠାରେ ଜଣେ ବିଦ୍ୟାର୍ଥୀର ଗୁଣ ଖୋଜିବାକୁ ଅବସର ଦେଇଥାଏ । ଆମେ ଜାଣୁ ଯେ ଯେତେବେଳେ ପିଲାଙ୍କ ପାଠପଢା କଥା ଆସେ, ଅଭିଭାବକମାନେ ପ୍ରାୟ ଅସହାୟ ଅନୁଭବ କରିଥାନ୍ତି ଏବଂ ଏଥିରେ ବାରମ୍ବାର ହସ୍ତକ୍ଷେପକୁ ପିଲାମାନେ ସବୁବେଳେ ଗ୍ରହଣ କରନ୍ତି ନାହିଁ । Embibeର ପ୍ୟାରେଣ୍ଟ ଆପ୍ ଜରିଆରେ ଆପଣଙ୍କ ପିଲା କଣ ପଢୁଛନ୍ତି, ତାହା ଉପରେ ନଜର ରଖିପାରିବେ । ଆପଣ ସେମାନଙ୍କର ଶିକ୍ଷଣ ପ୍ରଗତିର ସେହି ସମୟରେ ଅପଡେଟ୍ ପାଇପାରିବେ, ଯାହା ଦ୍ୱାରା ଆପଣ ସେମାନଙ୍କର ସିଲାବସ୍ କେତେ ଶେଷ ହେଲା, ତାହା ଉପରେ ଟ୍ରାକ୍ ରଖିପାରିବେ । ପ୍ରି-ସେଟ୍ ପାଠ୍ୟ ଯୋଜନାଗୁଡିକ ଚୟନ କରି କିମ୍ବା ପିଲାଙ୍କ ଜ୍ଞାନ ଅନୁସାରେ ସେମାନଙ୍କୁ ରିଭାଇଜ୍ କିମ୍ବା ଟେଷ୍ଟ କରିବା ପାଇଁ ଆପଣ ନିଜସ୍ୱ ପାଠ୍ୟ ପ୍ରସ୍ତୁତ କରି ଏଥିରେ ନିୟୋଜିତ ହୋଇପାରିବେ । ବ୍ୟକ୍ତିଗତ ଫିଡବ୍ୟାକ୍‌ରୁ ଆପଣ ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ଜାଣିପାରିବେ ଏବଂ ସେହି ଅନୁଯାୟୀ ରିଭିଜନ୍ ପ୍ଲାନ୍ ପ୍ରସ୍ତୁତ କରିପାରିବେ । ଆଉ ଗୋଟିଏ କଥା ହେଉଛି ଆପଣଙ୍କ ପିଲାର ପାଠପଢା ପ୍ରତି ଧ୍ୟାନକେନ୍ଦ୍ରିତ କରିବାକୁ ଆମ ନିକଟରେ ଏକ ଭଲ ଉପାୟ ଅଛି । ଆପଣ ଦେଇଥିବା ପାଠ ସମାପ୍ତ କରିବା ପରେ ସେମାନଙ୍କୁ ପୁରସ୍କାର ସ୍ୱରୂପ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନିଅନ୍ତୁ । ସଂଧ୍ୟାରେ ସେମାନଙ୍କୁ ଚଳଚ୍ଚିତ୍ର ଦେଖାଇବାକୁ ନେଇପାରନ୍ତି, ପିଜା ଖାଇବାକୁ ନେଇପାରନ୍ତି କିମ୍ବା ସେମାନଙ୍କର ପ୍ରିୟ ସଂଗ୍ରହାଳୟ ବୁଲାଇବାକୁ ନେଇପାରନ୍ତି । Embibe ସହିତ ଆପଣ ଜଣେ ଏମିତି ଶକ୍ଷକ ହୋଇପାରିବେ, ଯାହା କେବେ ଭାବି ନ ଥିବେ ।

ଆପଣ ଅଭିଭାବକ ଭାବରେ ଅଭିଭାବକ-ଶିକ୍ଷକ ମିଟିଂଗୁଡ଼ିକରେ ବାର୍ତ୍ତାଳାପ କରିପାରିବେ । Embibeର ବିସ୍ତୃତ ବିଶ୍ଳେଷଣ ଏବଂ ବ୍ୟକ୍ତିଗତ ଫିଡବ୍ୟାକ୍ ଦେଖି ଆପଣଙ୍କ ପିଲାଙ୍କ ଅଗ୍ରଗତି ଓ ଅଧ୍ୟୟନ ଯୋଜନା ବିଷୟରେ ଅର୍ଥପୂର୍ଣ୍ଣ ଭାବରେ ଆଲୋଚନା କରିବାକୁ ସମର୍ଥ ହେବେ । ପାଠ୍ୟ ଯୋଜନା ଓ ଅଭ୍ୟାସ କରିବାକୁ ଥିବା ଦୁର୍ବଳ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା କରନ୍ତୁ । ସେମାନେ କିପରି ପ୍ରଦର୍ଶନ କରୁଛନ୍ତି ଏବଂ କେଉଁଠାରେ ଅଧିକ ଧ୍ୟାନ ଆବଶ୍ୟକ କରୁଛନ୍ତି, ତାହା ଶିକ୍ଷକମାନଙ୍କୁ କୁହନ୍ତୁ । ଶେଷରେ, ଆପଣ ଶିକ୍ଷା ପାଇଁ କରୁଥିବା ବିନିଯୋଗର ଫଳାଫଳ ଜାଣିବା ପାଇଁ ଏହା ଏକ ଉପାୟ ।

ଆରମ୍ଭ କରିବା ପାଇଁ ଏହା ହିଁ ଭଲ ସମୟ ।
ବର୍ତ୍ତମାନ ହିଁ ଆପ୍ ଡାଉନଲୋଡ୍ କରନ୍ତୁ!

Poster img

ପ୍ୟାରେଣ୍ଟ୍ ଆପ୍