ଓଡ଼ିଶା ବୋର୍ଡ ଶ୍ରେଣୀ 10

ଆପଣଙ୍କର ଚୟନ ସମ୍ଭାବନାକୁ ଅଧିକ କରିବା ପାଇଁ ବର୍ତ୍ତମାନ Embibe ସହିତ ଆପଣଙ୍କର
ପ୍ରସ୍ତୁତି ଆରମ୍ଭ କରନ୍ତୁ
  • Embibe କ୍ଲାସ୍ ପାଇଁ ଅସୀମିତ ଆକସେସ୍
  • ଅତ୍ୟାଧୁନିକ ପ୍ୟାଟର୍ନ ମକ୍ ଟେଷ୍ଟ୍ ପାଇଁ ପ୍ରୟାସ କରନ୍ତୁ
  • 24/7 ପାଇଁ ବିଷୟ ବିଶେଷଜ୍ଞଙ୍କ ସହ ଚାଟ୍ କରନ୍ତୁ

6,000ଆପଣଙ୍କ ନିକଟରେ ଅନଲାଇନ୍ ଥିବା ବିଦ୍ୟାର୍ଥୀ

  • ଲେଖକ priyanka
  • ରେ ଶେଷଥର ମଡ଼ିଫାଏ ହୋଇଥିଲା 19-08-2022
  • ଲେଖକ priyanka
  • ରେ ଶେଷଥର ମଡ଼ିଫାଏ ହୋଇଥିଲା 19-08-2022

ପରୀକ୍ଷା ବିଷୟରେ

About Exam

ପରୀକ୍ଷାର ସଂକ୍ଷିପ୍ତ ବିବରଣୀ

ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା, ପ୍ରତ୍ୟେକ ବର୍ଷ ଜୁନ୍/ଜୁଲାଇ ମାସରେ 10ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିଥାଏ । ପଞ୍ଜୀକୃତ ଛାତ୍ରୀ/ଛାତ୍ରମାନେ ନିଜର ରୋଲ୍ ନମ୍ୱର୍ ଲେଖି 10ମ ବୋର୍ଡ ପରୀକ୍ଷାର ଫଳ ଦେଖିପାରିବେ । SMS ମାଧ୍ୟମରେ ମଧ୍ୟ ସେମାନେ ନିଜର ପରୀକ୍ଷା ଫଳ ପାଇପାରିବେ । SMS ମାଧ୍ୟମରେ ଫଳାଫଳ ଜାଣିବା ପାଇଁ ସେମାନଙ୍କୁ OR10 (ରୋଲ୍ ନମ୍ୱର୍) ଲେଖି 5676750 କୁ ମେସେଜ୍ ପଠାଇବାକୁ ହେବ ।

10ମ ଶ୍ରେଣୀ ପରୀକ୍ଷା ଫଳ ଡାଉନଲୋଡ୍ କରିବା ପାଇଁ ନିମ୍ନଲିଖିତ ପଦାଙ୍କ ଅନୁସରଣ କରନ୍ତୁ:

  • ଓଡ଼ିଶା ବୋର୍ଡ 10ମ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ କିମ୍ୱା orissaresults.nic.in ଦେଖନ୍ତ
ପରୀକ୍ଷାର ନାମ 10ମ ଶ୍ରେଣୀ ବୋର୍ଡ ପରୀକ୍ଷା
ସାଧାରଣ ଭାବେ ଏହି ନାମରେ ପରିଚିତ ଓଡ଼ିଶା 10ମ ବୋର୍ଡ
ପରିଚାଳନା କରୁଥିବା ସଂସ୍ଥା ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ପରୀକ୍ଷା କେଉଁ ସ୍ତରୀୟ ମାଟ୍ରିକ୍ୟୁଲେଟ୍
ଆବେଦନର ମାଧ୍ୟମ ଅଫଲାଇନ୍
ଦରଖାସ୍ତ ଫୀ’  
ପରୀକ୍ଷାର ମାଧ୍ୟମ ଅଫଲାଇନ୍
ସରକାରୀ ଭାଷା ଓଡ଼ିଆ, ଇଂରାଜୀ
ପରୀକ୍ଷା ଅବଧି 2 ଘଣ୍ଟା 30 ମିନିଟ୍
ଶ୍ରେଣୀ 10 ଏକାଡେମିକ୍ ବିଷୟ MIL (ଓଡ଼ିଆ), ଇଂରାଜୀ, ହିନ୍ଦୀ/ସଂସ୍କୃତ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଜୀବବିଜ୍ଞାନ, ଭୌତିକ ବିଜ୍ଞାନ, ଇତିହାସ ଓ ନଗର ବିଜ୍ଞାନ, ଭୂଗୋଳ
ପରୀକ୍ଷା କେତେଥର ହୁଏ ବାର୍ଷିକ
ବୋର୍ଡ ହେଲ୍ପଲାଇନ୍ ଫୋନ୍ :
06712415404
06712432801
06712414308
ଫ୍ୟାକ୍ସ :

ବିବରଣୀ ପତ୍ରିକା

ଓଡ଼ିଶା ଶ୍ରେଣୀ 10 ପାଇଁ କୌଣସି ବ୍ରୋଶର୍ ଉପଲବ୍ଧ ନାହିଁ।

ପରୀକ୍ଷା ସାରାଂଶ

ପ୍ରତିବର୍ଷ ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ (BSE) 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ପରିଚାଳନା କରିଥାଏ । BSE ଅନୁବନ୍ଧିତ ଅନୁଷ୍ଠାନରେ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ବିଦ୍ୟାର୍ଥୀମାନେ ଏହି ପରୀକ୍ଷା ଦେଇଥା’ନ୍ତି । ପ୍ରାୟ 5 ଲକ୍ଷ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥା’ନ୍ତି । BSE ଦଶମ ଶ୍ରେଣୀ ହେଉଛି ବିଦ୍ୟାର୍ଥୀମାନେ ଆଗକୁ କେଉଁ ଷ୍ଟ୍ରୀମ୍‌ରେ ପାଠ ପଢ଼ିବେ, ତାହା ପାଇଁ ମୂଳଦୁଆ ।

2021 ମସିହାରେ ସମଗ୍ର 3,540 କେନ୍ଦ୍ରରେ ସମୁଦାୟ 5,85,730 ଛାତ୍ରୀ/ଛାତ୍ର 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ ।

ଓଡ଼ିଶା ବୋର୍ଡ ପ୍ରକାଶ କରିଥିବା ତଥ୍ୟ ଅନୁସାରେ, BSE ବୋର୍ଡ ପରୀକ୍ଷାରେ ପ୍ରାୟ 5.71 ଲକ୍ଷ ଛାତ୍ରୀ/ଛାତ୍ର ଫର୍ମ ପୂରଣ କରିଥିଲେ । କିନ୍ତୁ, ପ୍ରସ୍ତୁତି ଅଭାବ କାରଣରୁ ପ୍ରାୟ 43,000 ଛାତ୍ରୀ/ଛାତ୍ର ପରୀକ୍ଷା ଦେଇନଥିଲେ । ସେମାନଙ୍କ ବ୍ୟତୀତ, ପ୍ରାୟ 5.3 ଲକ୍ଷ ବିଦ୍ୟାର୍ଥୀ ଏପ୍ରିଲ 29 ତାରିଖରେ, 3,540 କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

ପରୀକ୍ଷା ପ୍ୟାଟର୍ନ

Exam Pattern

ଚୟନ ପ୍ରକ୍ରିୟା

ଓଡ଼ିଶା 10ମ ବୋର୍ଡ ପରୀକ୍ଷାରେ ପ୍ରତି ବିଷୟ ପାଇଁ 2 ଘଣ୍ଟା 30 ମିନିଟ୍‌ର ସମୟ ଦିଆଯାଇଥାଏ | ଆୟୋଜିତ ପରୀକ୍ଷାର ବିଷୟ ସୂଚୀରେ ପ୍ରଥମ ଭାଷା (ଓଡ଼ିଆ, ବଙ୍ଗାଳୀ, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଅଲଟରନେଟିଭ୍ ଇଂରାଜୀ), ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ, ପଞ୍ଜାବୀ), ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପଞ୍ଜାବୀ), ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଅନ୍ତର୍ଭୁକ୍ତ ଅଛି |

ମାର୍କିଙ୍ଗ୍ ଯୋଜନା, ପ୍ରଶ୍ନଗୁଡ଼ିକର ସଂଖ୍ୟା ଏବଂ ପରୀକ୍ଷାରେ ପଚରାଯାଉଥିବା ପ୍ରଶ୍ନ ପ୍ରକାରଗୁଡ଼ିକୁ ଜାଣିବା ପାଇଁ ପ୍ରାର୍ଥୀମାନଙ୍କୁ ନିଶ୍ଚିତ ଭାବେ ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ଶୈଳୀ ଜାଣିବାକୁ ହେବ । 

ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ଶୈଳୀ ନିମ୍ନରେ ପ୍ରଦତ୍ତ ହୋଇଛି |

  1. ଅବଜେକ୍ଟିଭ୍ ପେପର୍
  • ଏହି ପେପର୍‌ର ସମୁଦାୟ ମାର୍କ ହେଉଛି 50
  • ଏହି ପ୍ରଶ୍ନପତ୍ରକୁ 10 ଟି ଭାଗରେ ବିଭକ୍ତ କରାଯିବ | ପ୍ରତ୍ୟେକ ଭାଗରେ ପ୍ରତ୍ୟେକ ପ୍ରଶ୍ନ ପାଇଁ 5 ମାର୍କ ରହିବ । ପ୍ରତ୍ୟେକ ଭାଗରେ 5ଟି ପ୍ରଶ୍ନ ରହିବ।
  • ଅବଜେକ୍ଟିଭ୍ ପେପର୍‌ରେ ନିମ୍ନ ପ୍ରକାରର ପ୍ରଶ୍ନ ପଚରାଯିବ:
  1. ଶୂନ୍ୟ ସ୍ଥାନ ପୂରଣ କର
  2. ଗୋଟିଏ ଶବ୍ଦରେ ଉତ୍ତର ଦିଅ

III. ଗୋଟିଏ ବାକ୍ୟରେ ଉତ୍ତର ଦିଅ

  1. ସ୍ତମ୍ଭ ମିଳନ
  2. ଠିକ୍ / ଭୁଲ୍
  1. ସବଜେକ୍ଟିଭ୍ ପେପର୍
  • ଏହି ପେପର୍‌ର ସମୁଦାୟ ମାର୍କ 50 ରହିବ
  • ପରୀକ୍ଷାର ସମୟାବଧି ହେଉଛି 1.30 ଘଣ୍ଟା
  • ପଚରାଯାଇଥିବା ପ୍ରଶ୍ନର ମାର୍କ 2, 3 କିମ୍ୱା 5 ରହିବ 

ପରୀକ୍ଷା ନମୁନା ବିବରଣୀ - ସମୁଦାୟ ସମୟ

Odisha Board 10th exams Marking Scheme:

ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ମାର୍କିଙ୍ଗ୍ ଯୋଜନା:

Paper
ପେପର୍
Subject
ବିଷୟ
Marks
ମାର୍କ
1.Paper – I SANSKRUTA VYAKARANA ‘O’ DARSHAN (VOD)
ସଂସ୍କୃତ ବ୍ୟାକରଣ ଓ ଦର୍ଶନ (VOD)
100
2.Paper -II SANSKRUTA SAHITYAM (SHA)
ସଂସ୍କୃତ ସାହିତ୍ୟମ୍ (SHA)
100
3.Paper – III PRAYOGATMAKA SANSKRUTA (KKJ/AVJ)
ପ୍ରୟୋଗାତ୍ମକ ସଂସ୍କୃତ (KKJ/AVJ)
100
4. Paper – IV MATRUBHASA ODIA/ HINDI (MOR/ MHN)
ମାତୃଭାଷା ଓଡ଼ିଆ/ହିନ୍ଦୀ (MOR/ MHN)
100
5. Paper – V MATHEMATICS (MTH)
ଗଣିତ (MTH)
75
6. Paper – VI SCIENCE (GSC)
ବିଜ୍ଞାନ (GSC)
75
7. Paper -VII SOCIAL SCIENCE (SSC)
ସାମାଜିକ ବିଜ୍ଞାନ (SSC)
75
8. Paper – VIII ENGLISH (ENG)
ଇଂରାଜୀ (ENG)
75
  Total Marks
ସମୁଦାୟ ମାର୍କ
700

10ମ ଶ୍ରେଣୀ ସପ୍ଲିମେଣ୍ଟରୀ ପରୀକ୍ଷା

  • ଯେଉଁ ଛାତ୍ରୀ/ଛାତ୍ର ଗୋଟିଏ କିମ୍ୱା ଦୁଇଟି ବିଷୟରେ ଫେଲ୍ ହୋଇଥିଲେ, ସେହିମାନେ ସପ୍ଲିମେଣ୍ଟରୀ ପରୀକ୍ଷା ଦେଇପାରିବେ
  • 10ମ ଶ୍ରେଣୀ ଫଳାଫଳ ଘୋଷଣା ହେବା ପରେ ସପ୍ଲିମେଣ୍ଟରୀ ପରୀକ୍ଷାର ତାରିଖ ପ୍ରକାଶ କରାଯିବ
  • ସପ୍ଲିମେଣ୍ଟରୀ ପରୀକ୍ଷା ମାଧ୍ୟମରେ ଛାତ୍ରୀ/ଛାତ୍ରମାନେ ସେମାନଙ୍କର ଶିକ୍ଷା ବର୍ଷକୁ ବଞ୍ଚାଇ ପାରିବେ 
  • 10ମ ଶ୍ରେଣୀସପ୍ଲିମେଣ୍ଟରୀ ପରୀକ୍ଷା ସାଧାରଣତଃ ଜୁନ ମାସରେ କରାଯାଇଥାଏ

ପରୀକ୍ଷା କ୍ୟାଲେଣ୍ଡର

10ମ ଶ୍ରେଣୀ ଟାଇମ୍ ଟେବଲ୍ (ସମୟ ସାରଣୀ)

10ମ ଶ୍ରେଣୀ ଟାଇମ୍ ଟେବଲ୍ – ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, ସାଧାରଣତଃ ମାର୍ଚ୍ଚ ମାସରେ 10ମ ଶ୍ରେଣୀ ପରୀକ୍ଷାର ତାରିଖ ଘୋଷଣା କରିଥାଏ । 10ମ ଶ୍ରେଣୀ ପରୀକ୍ଷକୁ ଅଫଲାଇନ୍ ମୋଡ୍‌ରେ ଅପ୍ରେଲ ଶେଷରୁ ମଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥାଏ, ଯାହାର ଟାଇମ୍ ଟେବଲ୍ bseodisha.nic.in ରେ ପ୍ରକାଶ କରାଯାଏ । ପରୀକ୍ଷାର ତାରିଖକୁ PDF ଫାଇଲ୍‌ରେ ପ୍ରକାଶ କରାଯାଏ ।

10ମ ଟାଇମ୍ ଟେବଲ୍‌ରେ ପରୀକ୍ଷା ତାରିଖ, ସମୟ ଏବଂ ଛାତ୍ରୀ/ଛାତ୍ରମାନଙ୍କର ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ବିବରଣୀ ରହିଥାଏ । ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ତାରିଖ ନିର୍ଦ୍ଦେଶାବଳୀ, ପ୍ରସ୍ତୁତି ଟିପ୍ସ, ସ୍ଥାନ ଓ ଅନ୍ୟାନ୍ୟ ବିବରଣୀ ବିଷୟରେ ଅଧିକ ଜାଣନ୍ତୁ ।

10ମ ଶ୍ରେଣୀ ଟାଇମ୍ ଟେବଲ୍

ନିମ୍ନ ପ୍ରଦତ୍ତ ସାରଣୀରୁ ଆପଣ 10 ଶ୍ରେଣୀ ବୋର୍ଡ ପରୀକ୍ଷା ଟାଇମ୍ ଟେବଲ୍ ବିଷୟରେ ଜାଣିପାରିବେ, ଯାହା ପୁରୁଣା ପରୀକ୍ଷା ତାରିଖ ଉପରେ ଆଧାରିତ । ପରୀକ୍ଷା ତାରିଖ, ସ୍ଥାନ, ପରୀକ୍ଷା ଦିନ ଓ ଅନ୍ୟାନ୍ୟ ବିଷୟରେ ଜାଣିବା ପାଇଁ ପରୀକ୍ଷା ଟାଇମ୍ ଟେବଲ୍ ଦେଖନ୍ତୁ ।

10ମ ଶ୍ରେଣୀ ପରୀକ୍ଷା ଟାଇମ୍ ଟେବଲ୍ (ଅନିଶ୍ଚିତ)

ପରୀକ୍ଷା ତାରିଖ ବିଷୟ
ଘୋଷଣା କରାଯିବ ପ୍ରଥମ ଭାଷା (ଓଡ଼ିଆ)
ଘୋଷଣା କରାଯିବ ଦ୍ୱିତୀୟ ଭାଷା (ଇଂରାଜୀ)
ଘୋଷଣା କରାଯିବ ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ)
ଘୋଷଣା କରାଯିବ ଗଣିତ (ବୀଜଗଣିତ, ଜ୍ୟାମିତି)
ଘୋଷଣା କରାଯିବ ବିଜ୍ଞାନ (ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ)
ଘୋଷଣା କରାଯିବ ସାମାଜିକ ବିଜ୍ଞାନ (ଭୂଗୋଳ ଓ ଅର୍ଥନୀତି, ଇତିହାସ ଓ ରାଜନୀତି ବିଜ୍ଞାନ)

10ମ ଶ୍ରେଣୀ ପରୀକ୍ଷା ଟାଇମ୍ ଟେବଲ୍ କିପରି ଡାଉନଲୋଡ୍ କରାଯାଏ?

BSE ଟାଇମ୍ ଟେବଲ୍‌କୁ ଓଡ଼ିଶା ବୋର୍ଡ ଦ୍ୱାରା ଅନଲାଇନ୍ ମୋଡ୍‌ରେ ପ୍ରକାଶ କରାଯାଏ | ଛାତ୍ରୀ/ଛାତ୍ରମାନେ ପ୍ରଦତ୍ତ ପଦାଙ୍କ ଅନୁସରଣ କରି 10ମ ଶ୍ରେଣୀ ଟାଇମ୍ ଟେବଲ୍ ଦେଖିପାରିବେ: 

ପଦାଙ୍କ 1: ଅଫିଶିଆଲ୍ ୱେବସାଇଟ୍ bseodisha.nic.in କୁ ଯାଆନ୍ତୁ

ପଦାଙ୍କ 2: ହୋମ୍‌ପେଜ୍‌ରେ Latest Updates ବିଭାଗକୁ ଯାଆନ୍ତୁ

ପଦାଙ୍କ 3: ଏବେ 10ମ ଶ୍ରେଣୀ ଟାଇମ୍ ଟେବଲ୍ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

ପଦାଙ୍କ 4: 10ମ ଶ୍ରେଣୀ ଟାଇମ୍ ଟେବଲ୍ ସ୍କ୍ରୀନ୍ ଉପରେ ଦେଖାଦେବ

ପଦାଙ୍କ 5: ତାରିଖ ଶୀଟ୍‌କୁ ସେଭ୍ କରି ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତ ସନ୍ଦର୍ଭ ପାଇଁ ତାହାର ଏକ ପ୍ରିଣ୍ଟଆଉଟ୍ କାଢ଼ି ନିଜ ପାଖରେ ରଖନ୍ତୁ

0ମ ଟାଇମ୍ ଟେବଲ୍‌ରେ ଉଲ୍ଲେଖ ଥିବା ବିବରଣୀ

10ମ ବୋର୍ଡ ପରୀକ୍ଷା ଟାଇମ୍ ଟେବଲ୍‌ରେ ଛାତ୍ରୀ/ଛାତ୍ରମାନେ ନିମ୍ନଲିଖିତ ବିବରଣୀ ପାଇବେ:

  • ପରୀକ୍ଷା ଦିନ
  • ପ୍ରତ୍ୟେକ ବିଷୟ ପାଇଁ ପରୀକ୍ଷା ତାରିଖ
  • ବିଷୟ ନାମ
  • ପରୀକ୍ଷା ସମୟ
  • ପରୀକ୍ଷା ଦିନର ନିର୍ଦ୍ଦେଶାବଳୀ

 

ପରୀକ୍ଷା ପାଠ୍ୟକ୍ରମ

Exam Syllabus

ପରୀକ୍ଷା ପାଠ୍ୟକ୍ରମ

BSE ଓଡ଼ିଶା 10ମ ଦ୍ୱାରା ନିର୍ଦ୍ଧାରିତ ପୁସ୍ତକାବଳୀ

ଓଡ଼ିଆ ପାଇଁ ଓଡ଼ିଶା 10ମ ପାଠ୍ୟକ୍ରମ (ସମ୍ପୂର୍ଣ୍ଣ)

Subject
ବିଷୟ

ପଦ୍ୟ

ଗଦ୍ୟ

ଗଳ୍ପ

ଏକାଙ୍କିକା

ମାଧ୍ୟମିକ ବ୍ୟାକରଣ

Topics
ଅଧ୍ୟାୟ
ଭୀମଙ୍କ ସିଂଘନାଦ ରଡ଼ି
ରାଘବଙ୍କ ଲଙ୍କା ଯାତ୍ରାନୁକୂଳ
ଚିଲିକାରେ ସାୟନ୍ତନ ଦୃଶ୍ୟ
ମଙ୍ଗଳେ ଅଇଲା ଉଷା
ଜାଗ ବନ୍ଧନହରା
ସର୍ବସଂହା ମାଟି

ଜନ୍ମଭୂମି
ସଭ୍ୟତା ଓ ବିଜ୍ଞାନ
ମାତୃଭାଷା ଓ ଲୋକଶିକ୍ଷା
ନରେନ୍‌ରୁ ବିବେକାନନ୍ଦ
ଓଡ଼ିଆ ସାହିତ୍ୟ କଥା

କାଠ
କାଳର କପୋଳ ତଳେ
ବେଲ, ଅଶ୍ୱତ୍‌ଥ ଓ ବଟବୃକ୍ଷ

ଫଲ୍‌ଗୁ
କୋଣାର୍କ

ବାକ୍ୟ ବିଚାର
‘ଣ’ ତ୍ୱ ବିଧି, ‘ଷ’ ତ୍ୱ ବିଧି ଓ ସାଧାରଣ ଅଶୁଦ୍ଧି
ରୂଢ଼ି ଓ ଲୋକବାଣୀ
ଅନୁବାଦ ପ୍ରକରଣ
ଛନ୍ଦ ଓ ଅଳଙ୍କାର
ତଥ୍ୟଭିତ୍ତିକ ବିବରଣୀ
ଟିପ୍‌ପଣୀ ଓ ଚିଠା ପ୍ରସ୍ତୁତି

ଇଂରାଜୀ ପାଇଁ ଓଡ଼ିଶା 10ମ ପାଠ୍ୟକ୍ରମ (ସମ୍ପୂର୍ଣ୍ଣ)

Subject
ବିଷୟ
DETAILED TEXT :

NON- DETAILED TEXT :

Learn and Practise Grammar

 

Topics
ଅଧ୍ୟାୟ
All Things Bright and Beautiful
A Letter to God
The Solitary Reaper
At the High School
Village Song
Festivals of North-East India
The Flower-School
Air Pollution : A Hidden Menace

A Tiger in the House
The Beggar
The Village Judge
A Grain as big as a Hen’s Egg
A Great Son of India

Tense Revisited
Types of Sentences
Subject Verb Agreement
Non-finite Verb Forms
Prepositions
Phrasal Verbs
Noun Clauses and Relative Clauses
Adverb Clauses
The Passive
Direct and Indirect Speech

ମାଧ୍ୟମିକ ବୀଜଗଣିତ ପାଇଁ ଓଡ଼ିଶା 10ମ ପାଠ୍ୟକ୍ରମ (ସମ୍ପୂର୍ଣ୍ଣ)

Chapters
ଅଧ୍ୟାୟ
Topics
ଟପିକ୍
Linear Simultaneous equations
ସରଳ ସହସମୀକରଣ
ସହ-ସମୀକରଣଦ୍ୱୟର ଜ୍ୟାମିତିକ ପରିପ୍ରକାଶ, ଲେଖଚିତ୍ର ଦ୍ୱାରା ସମୀକରଣଦ୍ୱୟର ସମାଧାନ, ସହସମୀକରଣଦ୍ୱୟର ସମାଧାନ ପାଇଁ ସର୍ତ୍ତ, ସହ ସମୀକରଣଦ୍ୱୟର ବୀଜଗାଣିତିକ ସମାଧାନ, ଅଣ ସରଳରେଖିୟ ସହସମୀକରଣ, ପାଟିଗଣିତ ପ୍ରଶ୍ନର ସମାଧାନରେ ପ୍ରୟୋଗ
Quadratic Equations
ଦ୍ୱିଘାତ ସମୀକରଣ
ପୂର୍ଣ୍ଣବର୍ଗରେ ପରିଣତ କରି ଦ୍ୱିଘାତ ସମୀକରଣର ସମାଧାନ, ପ୍ରଭେଦକ, ମୂଳଦ୍ୱୟର ସୂରୂପ, ମୂଳଦ୍ୱୟ ଓ ସହଗ ମଧ୍ୟରେ ସମ୍ପର୍କ, କେତେଗୁଡ଼ିଏ ଜ୍ଞାତବ୍ୟ ଫଳାଫଳ, ଦ୍ୱିଘାତ ସମୀକରଣର ଗଠନ, ଦ୍ୱିଘାତ ସମୀକରଣ ରୂପରେ ରୂପାନ୍ତର, ଦ୍ୱିଘାତ ସମୀକରଣର ପ୍ରୟୋଗ
Arithmetic progression
ସମାନ୍ତର ପ୍ରଗତି

Probability
ସମ୍ବାବ୍ୟତା
Statistics
ପରିସଂଖ୍ୟାନ

Coordinate geometry
ସ୍ଥାନାଙ୍କ ଜ୍ୟାମିତି
Road Safety Education
ସଡ଼କ ସୁରକ୍ଷା ଶିକ୍ଷା

Similarity In Geometry
ଜ୍ୟାମିତିରେ ସାଦୃଶ୍ୟ

Circle
ବୃତ୍ତ

Tangents to a Circle
ବୃତ୍ତର ସ୍ପର୍ଶକ

ସମାନ୍ତର ପ୍ରଗତି, ସମାନ୍ତର ପ୍ରଗତିର n-ତମ ପଦ ନିର୍ଣ୍ଣୟ, ସମାନ୍ତର ପ୍ରଗତିର ପ୍ରଥମ n-ସଂଖ୍ୟକ ପଦର ଯୋଗଫଳ, ଅନ୍ତର ସୂତ୍ର, ସମାନ୍ତର ମଧ୍ୟକ, ଦୁଇଟି ଦତ୍ତ ରାଶି a ଓ b ମଧ୍ୟରେ n ସଂଖ୍ୟକ A.M ନିର୍ଣ୍ଣୟ
ଆନୁଭାବିକ ଏବଂ ତତ୍ତ୍ୱାଧାରିକ ସମ୍ବାବ୍ୟତା, ସେଟ୍ ତତ୍ତ୍ୱ ଉପରେ ଆଧାରିତ କେତେକ ଧାରଣା, ଘଟଣା, ଏକ ଘଚଣାର ସମ୍ଭାବ୍ୟତାର ସଂଜ୍ଞା, ସମ୍ଭାବ୍ୟତାର କେତେ ଗୁଡ଼ିଏ ଧର୍ମ
କେନ୍ଦ୍ରିୟ ପ୍ରବଣତା, ମାଧ୍ୟମାନ, ମଧ୍ୟମା, ଗରିଷ୍ଠକ

କାର୍ଟେଜୀୟ ସମତଳ ଏବଂ କାର୍ଟେଜୀୟ ସ୍ଥାନାଙ୍କ, ଦୁଇଟି ଦତ୍ତ ମଧ୍ୟରେ ଦୂରତା, ବିଭାଜନ ସୂତ୍ର, ତ୍ରିଭୁଜର କ୍ଷେତ୍ରଫଳ

ସମାନ୍ତର ପ୍ରଗତି, ପରିସଂଖ୍ୟାନର ପ୍ରୟୋଗ, ତ୍ରିକୋଣମିତିର ପ୍ରୟୋଗ, ଦୁଇ ଚଳ ରାଶି ବିଶିଷ୍ଟ ସମସ୍ୟା

ଜ୍ୟାମିତିରେ ଅନୁପାତ ଓ ସମାନୁପାତ, ଛେଦକ ରେଖା ଓ ଛେଦିତାଂଶ, ତ୍ରିଭୁଜର କୋଣର ସମଦ୍ୱିଖଣ୍ଡକ ସମ୍ବନ୍ଧୀୟ ଆଲୋଚନା, ଜ୍ୟାମିତିକ ଚିତ୍ର ମଧ୍ୟରେ ସଦୃଶ, ତ୍ରିଭୁଜମାନଙ୍କ ମଧ୍ୟରେ ସାଦୃଶ୍ୟ, ଏକ ସମକୋଣୀ ତ୍ରିଭୁଜ ସହ ସମ୍ପୃକ୍ତ ସଦୃଶ୍ୟ ତ୍ରିଭୁଜମାନଙ୍କ ମଧ୍ୟରେ ଥିବା କେତେକ ଉପାଦେୟ ତଥ୍ୟ
ମୌଳିକ ଧାରଣା, ଜ୍ୟା ସମ୍ବନ୍ଧୀୟ କେତେକ ଉପପାଦ୍ୟ, ଜ୍ୟା ଦ୍ୟାରା ଉତ୍ପନ୍ନ କୋଣ, ଚାପ, ଚାପ ଦ୍ୱାରା ଉତ୍ପନ୍ନ କୋଣ, ଚାପର ଡିଗ୍ରୀ ପରିମାପ, ବୃତ୍ତଖଣ୍ଡ, ବୃତ୍ତଖଣ୍ଡସ୍ଥ କୋଣ ଏବଂ ବୃତ୍ତକଳା, ବୃତ୍ତାନ୍ତର୍ଲିଖିତ ଚତୁର୍ଭୁଜ

ବୃତ୍ତର ବହିୃସ୍ଥ ବିନ୍ଦୁରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ, ଏକାନ୍ତର ଚାପ, ବୃତ୍ତର ବହିଃସ୍ଥ ଏକ ବିନ୍ଦୁ ଦେଇ ବୃତ୍ତ ପ୍ରତି ଅଙ୍କିତ ଛେଦକ, ଏକାଧିକ ବୃତ୍ତ ସମ୍ବନ୍ଧୀୟ କେତେକ ତଥ୍ୟ, ସାଧାରଣ ସ୍ପର୍ଶକ, ଦୁଇଟି ସ୍ପର୍ଶକ-ବୃତ୍ତର ସ୍ପର୍ଶବିନ୍ଦୁ ଏବଂ ସେମାନଙ୍କର କେନ୍ଦ୍ରଦ୍ୱୟର ଆପେକ୍ଷିକ ଅବସ୍ଥିତି

   
Trigonometry
ତ୍ରିକୋଣମିତି
ଅନୁପୂରକ କୋଣର ତ୍ରିକୋଣମିତିକ ଅନୁପାତ, ସ୍ଥୂଳକୋଣମାନଙ୍କର ତ୍ରିକୋଣମିତିକ ଅନୁପାତ, θ=180° ନିମନ୍ତେ ତ୍ରିକୋଣମିତିକ ଅନୁପାତ ଗୁଡ଼ିକର ମୂଲ୍ୟ, ଏକ ସୂକ୍ଷ୍ମକୋଣ θ ଓ ଏହାର ପରିପୂରକ କୋଣ, ସୂକ୍ଷ୍ମକୋଣ θ ଓ ସ୍ଥୂଳକୋଣ (90°+ θ) ର ତ୍ରିକୋଣମିତିକ ଅନୁପାତ ମଧ୍ୟରେ ସମ୍ପର୍କ, କେତେକ ନିର୍ଦ୍ଦିଷ୍ଟ ତ୍ରିକୋଣମିତିକ ଅନୁପାତ, ମିଶ୍ରକୋଣର ତ୍ରିକୋଣମିତିକ ଅନୁପାତ, ଉଚ୍ଚତା ଓ ଦୂରତା
Mensuration
ପରିମିତି
ବୃତ୍ତର ପରିଧି ଓ ଚାପର ଦୈର୍ଘ୍ୟ, ବୃତ୍ତ, ବୃତ୍ତକଳା ଓ ବୃତ୍ତଖଣ୍ଡର କ୍ଷେତ୍ରଫଳ, ସୁଷମ ଘନ ପଦାର୍ଥର ପୃଷ୍ଠତଳର କ୍ଷେତ୍ରଫଳ, ପ୍ରଜିମ୍‌ର ପୃଷ୍ଠତଳର କ୍ଷେତ୍ରଫଳ, ବୃତ୍ତଭୂମିକ ନିଦା ସରଳ ସିଲିଣ୍ଡର (ସମବର୍ତ୍ତୁଳ)ର ବକ୍ରପୃଷ୍ଠତଳର କ୍ଷେତ୍ରଫଳ, ବୃତ୍ତୀୟ ବଳୟଭୂମିକ ଫମ୍ପା ସରଳ ସିଲିଣ୍ଡରର ପୃଷ୍ଠତଳର କ୍ଷେତ୍ରଫଳ, ସୁଷମ ଘନ ପଦାର୍ଥର ଆୟତନ, କୋନ୍‌ର ପୃଷ୍ଠତଳର କ୍ଷେତ୍ରଫଳ ଓ ଆୟତନ, ଗୋଲକ
Construction
ଅଙ୍କନ
ଏକ ବାହୁର ଦୈର୍ଘ୍ୟ ଏବଂ ଏହି ବାହୁର ବିପରୀତ କୋଣର ପରିମାଣ ଦତ୍ତଥିଲେ ତ୍ରିଭୁଜର ପରିବୃତ୍ତ ଅଙ୍କନ, ଦତ୍ତବୃତ୍ତ ଉପରିସ୍ଥ ଏକ ବିନ୍ଦୁରେ ଉକ୍ତ ବୃତ୍ତ ପ୍ରତି ସ୍ପର୍ଶକ ଅଙ୍କନ, ଦତ୍ତ ବୃତ୍ତରେ (a) ସମବାହୁ ତ୍ରିଭୁଜ (b) ବର୍ଗଚିତ୍ର (c) ସୁଷମ ଷଡ଼ଭୁଜ ଅନ୍ତର୍ଲିଖନ, ଦତ୍ତ ବୃତ୍ତରେ (a) ସମବାହୁ ତ୍ରିଭୁଜ (b) ବର୍ଗଚିତ୍ର (c)ସୁଷମ ଷଡ଼ଭୁଜ ପରିଲିଖନ, ଦତ୍ତ ବର୍ଗଚିତ୍ରର (a) ପରିବୃତ୍ତ ଓ (b) ଅନ୍ତଃବୃତ୍ତ ଅଙ୍କନ, ଦତ୍ତ ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡର ନିର୍ଦ୍ଦିଷ୍ଟ ସଂଖ୍ୟକ ସର୍ବସମ ଅଂଶରେ ବିଭାଜନ, ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଏକ ଦତ୍ତ ରେଖାଖଣ୍ଡର ଅନ୍ତର୍ବିଭାଜନ ଓ ବହିର୍ବିଭାଜନ, ଦତ୍ତ ବୃତ୍ତରେ ଦତ୍ତ ତ୍ରିଭୁଜର ଏକ ସଦୃଶ ତ୍ରିଭୁଜ ଅନ୍ତର୍ଲିଖନ

ବିଜ୍ଞାନ ପାଇଁ ଓଡ଼ିଶା 10ମ ପାଠ୍ୟକ୍ରମ (ସମ୍ପୂର୍ଣ୍ଣ)

Chapters
ଅଧ୍ୟାୟ
Topics
ଟପିକ୍
Chemical Reactions and Equations
ରାସାୟନିକ ପ୍ରତିକ୍ରୟା ଓ ରାସାୟନିକ ସମୀକରଣ

Acids, Bases and Salts
ଅମ୍ଳ, କ୍ଷାରକ ଓ ଲବଣ

Metals and Non-Metals
ଧାତୁ ଓ ଅଧାତୁ

Carbon and its Compounds
କାର୍ବନ ଓ ଏହାର ଯୌଗିକ

Periodic Classification of Elements
ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

Light – Reflection and Refraction
ଆଲୋକ – ପ୍ରତିଫଳନ ଓ ପ୍ରତିସରଣ

The Human Eye and the Colourful World
ମାନବ ଚକ୍ଷୁ ଓ ବର୍ଣ୍ଣଜଗତ

Electricity
ବିଦ୍ୟୁତ୍

Magnetic Effects of Electric Current
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

Nutrition
ପୋଷଣ
Respiration
ଶ୍ଵସନ
Transportation and Circulation
ପରିବହନ ଓ ସଞ୍ଚାଳନ
Excretion
ରେଚନ
Control and Co-ordination
ନିୟନ୍ତ୍ରଣ ଓ ସମନ୍ୱୟ
Reproduction
ଜନନ

Heredity and Evolution
ବଂଶାନୁକ୍ରମ ଓ ବିବର୍ତ୍ତନ

Source of Energy
ଶକ୍ତିର ଉତ୍ସ

Our Environment
ଆମ ପରିବେଶ

Conservation of Natural Resources
ପ୍ରାକୃତିକ ସମ୍ପଦର ସଂରକ୍ଷଣ

ରାସାୟନିକ ସମୀକରଣ, ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା, ଦୈନନ୍ଦିନ ଜୀବନରେ ଜାରଣ ପ୍ରତିକ୍ରିୟାର ପ୍ରଭାବ ପର୍ଯ୍ୟବେକ୍ଷଣ କରିଛ କି ?
ଅମ୍ଳ ଓ କ୍ଷାରର ରାସାୟନିକ ଧର୍ମ, ସମସ୍ତ ଅମ୍ଳ ମଧ୍ୟରେ ଏବଂ ସମସ୍ତ କ୍ଷାରକ ମଧ୍ୟରେ ସମାନତା, ଅମ୍ଳ ଓ କ୍ଷାରକର ସବଳତା, ଲବଣ ଗୁଡ଼ିକ ବିଷୟରେ ଅଧିକ ତଥ୍ୟ

ଧାତୁ ଓ ଅଧାତୁର ଭୌତିକ ଧର୍ମ, ଧାତୁର ରାସାୟନିକ ଧର୍ମ, ଧାତୁ ଓ ଅଧାତୁ କିପରି ପ୍ରତିକ୍ରିୟା କରେ, ଧାତୁର ଉପସ୍ଥିତି, ସଂକ୍ଷାରଣ
କାର୍ବନରେ ସହସଂଯୋଜକ ବନ୍ଧ, କାର୍ବନର ସର୍ବଗୁଣଧାରୀ ପ୍ରକୃତି, କାର୍ବନ ଯୌଗିକର ରାସାୟନିକ ଧର୍ମ, ଇଥାନଲ୍ ଓ ଇଥାନୋଇକ୍ ଏସିଡ୍, ସାବୁନ୍ ଓ ଡିଟରଜେଣ୍ଟ
ମୌଳିକଗୁଡ଼ିକର ଶ୍ରେଣୀକରଣ ପାଇଁ ପ୍ରାରମ୍ଭିକ ଉଦ୍ୟମ, ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ, ଆଧୁନିକ ପର୍ଯ୍ୟାୟ ସାରଣୀ

ଆଲୋକର ପ୍ରତିଫଳନ, ବର୍ତ୍ତୁଳାକାର ଦର୍ପଣ, ଆଲୋକର ପ୍ରତିସରଣ

ମାନବ ଚକ୍ଷୁ, ଦୃଷ୍ଟିଦୋଷ ଏବଂ ତା’ର ପ୍ରତିକାର, ପ୍ରିଜମ୍ ମଧ୍ୟରେ ଆଲୋକର ପ୍ରତିସରଣ, କାଚ ପ୍ରିଜମ୍ ଦ୍ୱାରା ଧଳା ଆଲୋକର ପ୍ରକୀର୍ଣ୍ଣନ, ବାୟୁମଣ୍ଡଳୀୟ ପ୍ରତିସରଣ, ଆଲୋକର ବିଚ୍ଛୁରଣ
ବିଦ୍ୟୁତ୍‌ ସ୍ରୋତ ଓ ପରିପଥ, ବିଦ୍ୟୁତ୍ ବିଭବ ଓ ବିଭବାନ୍ତର, ପରିପଥ ଚିତ୍ର, ଓମ୍‌ଙ୍କ ନିୟମ, କେଉଁ କେଉଁ କାରକ ଉପରେ ପରିବାହୀର ପ୍ରତିରୋଧ ନିର୍ଭର କରେ, ପ୍ରତିରୋଧର ସଂଯୋଗ, ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା, ବିଦ୍ୟୁତ୍ ପାୱାର୍
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ, ଚୁମ୍ବକୀୟ କ୍ଷେତ୍ର ଓ କ୍ଷେତ୍ର ରେଖା, ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର, ଚୁମ୍ବକୀୟ କ୍ଷେତ୍ରରେ ବିଦ୍ୟୁତ୍ ସ୍ରୋତ ଧାରୀ ପରିବାହୀ ଉପରେ ବଳ, ବୈଦ୍ୟୁତିକ ମୋଟର୍, ବିଦ୍ୟୁତ୍‌ଚୁମ୍ବକୀୟ ପ୍ରେରଣ, ବିଦ୍ୟୁତ ଜେନେରେଟର୍, ଗୃହ ବିଦ୍ୟୁତ୍ ପରିପଥ

ଖାଦ୍ୟର ପ୍ରକାରଭେଦ, ପୋଷଣର ପ୍ରକାରଭେଦ, ଆଲୋକଶ୍ଳେଷଣ, ମଣିଷର ପାକତନ୍ତ୍ର
ଶ୍ଵସନ, ଶ୍ୱସନ ପ୍ରକାର, ଜୀବଶ୍ଵସନ, ପ୍ରାଣୀମାନଙ୍କ ଶ୍ଵସନ, ଜୈବିକ ଜାରଣ, ମଣିଷର ଶ୍ୱାସତନ୍ତ୍ର, ଶ୍ୱାସକ୍ରିୟା
ଉଦ୍ଭିଦରେ ପରିବହନ, ମଣିଷ ଶରୀରର ପରିବହନ ସଂସ୍ଥା, Rh ରକ୍ତ ବର୍ଗ
ପ୍ରାଣୀରେ ରେଚନ, ମଣିଷର ରେଚନ ତନ୍ତ୍ର, ଉଦ୍ଭିଦରେ ରେଚନ
ଉଦ୍ଭିଦରେ ନିୟନ୍ତ୍ରଣ ଓ ସମନ୍ୱୟ, ମଣିଷରେ ନିୟନ୍ତ୍ରଣ ଓ ସମନ୍ୱୟ, ସ୍ନାୟୁକୋଷ, ରାସାୟନିକ ସମନ୍ୱୟ
ଜନନର ପ୍ରକାର ଭେଦ, ଅଲିଙ୍ଗୀ ଜନନ, ଲିଙ୍ଗୀୟ ଜନନ, କୋଷ ବିଭାଜନ, ଉଦ୍ଭିଦରେ ଜନନ, ପ୍ରାଣୀରେ ଜନନ, ପରିବାର ନିୟାଜନ, ମଣିଷ ଜନନ ସମ୍ପର୍କୀୟ ରୋଗ, ସନ୍ତାନଧାରଣ ଓ ମା’ଙ୍କ ସ୍ୱାସ୍ଥ୍ୟ
ବଂଶାନୁକ୍ରମ, ପ୍ରଜନନ ଓ ନୂତନ ଗୁଣର ଆବର୍ତ୍ତନ, ବଂଶାନୁକ୍ରମ ପଦ୍ଧତିର ଉତ୍ପତ୍ତି, ମେଣ୍ଡେଲ୍‌ଙ୍କ ସଂକରଣ ପ୍ରଣାଳୀ, ଲିଙ୍ଗ ନିର୍ଦ୍ଧାରଣ, ବିବର୍ତ୍ତନ, ବିବର୍ତ୍ତନସଂପର୍କିତ ତତ୍ତ୍ୱ, ମଣିଷର ବିବର୍ତ୍ତନ
ଶକ୍ତିର ପ୍ରକାରଭେଦ, ଉତ୍ତମ ଶକ୍ତି ଉତ୍ସ କାହାକୁ କହିବା, ଶକ୍ତିର ଉତ୍ସ, ନବୀକରଣଯୋଗ୍ୟ ଶକ୍ତି ଉତ୍ସ, ନବୀକରଣ- ଅଯୋଗ୍ୟ ଶକ୍ତି ଉତ୍ସ
ଜୀବମଣ୍ଡଳ, ଜୀବମଣ୍ଡଳର ମୁଖ୍ୟ ଉପାଦାନ, ପରିସଂସ୍ଥା, ପରିସଂସ୍ଥାର ଗାଠନିକ ଉପାଦାନ, ପରିସଂସ୍ଥାର କ୍ରିୟାତ୍ମକ ଦିଗ, ପରିସଂସ୍ଥାରେ ଶକ୍ତିର ପ୍ରବାହ, ଇକୋଲୋଜିକାଲ ପିରାମିଡ଼, ପୋଷକ ଚକ୍ର, ଜୈବପରିବର୍ଦ୍ଧନ, ସମସ୍ଥିତି, ପରିବେଶ ସମସ୍ୟା, ପରିବେଶ ପ୍ରତି ଆମର କର୍ତ୍ତବ୍ୟ

ପ୍ରାକୃତିକ ସମ୍ପଦ, ପ୍ରାକୃତିକ ସମ୍ପଦର ସଂରକ୍ଷଣ, ପ୍ରାକୃତିକ ସମ୍ପଦର ଗୁରୁତ୍ୱ ଓ ପରିଚାଳନା, ଜଙ୍ଗଲ ଓ ବନ୍ୟଜୀବ ସଂରକ୍ଷଣ, କୋଇଲା ଓ ପେଟ୍ରୋଲିୟମ୍ ସଂରକ୍ଷଣ, ଜଳ ସମ୍ପଦର ସଂରକ୍ଷଣ

ହିନ୍ଦୀ ପାଇଁ ଓଡ଼ିଶା 10ମ ପାଠ୍ୟକ୍ରମ

 

ସ୍କୋରକୁ ସର୍ବାଧିକ କରିବା ପାଇଁ ଅଧ୍ୟୟନ ଯୋଜନା

Study Plan to Maximise Score

ପ୍ରସ୍ତୁତି ଟିପ୍ସ

  • ପାଠପଢ଼ା ପାଇଁ କୋଳାହଳ ମୁକ୍ତ ସ୍ଥାନ ବାଛନ୍ତୁ । ସମସ୍ତଙ୍କର ନିଜସ୍ୱ ଆରାମ କ୍ଷେତ୍ର ରହିଥାଏ, ସେଥିପାଇଁ ନିଜର ସୁବିଧାନୁସାରେ ଅଧ୍ୟୟନ ସ୍ଥାନ ଓ ଉପଯୁକ୍ତ ସମୟର ଚୟନ କରନ୍ତୁ | 
  • ସବୁ ଦିନ ଅଧ୍ୟୟନ କରନ୍ତୁ, କାରଣ ଏହା ଆପଣଙ୍କୁ ଶେଷ ସମୟରେ ଘୋଷିବାରୁ ରକ୍ଷା କରିବ |
  • ସପ୍ତାହକୁ ଥରେ, ଆପଣ ପଢ଼ିଥିବା ପ୍ରତ୍ୟେକ ବିଷୟର ରିଭିଜନ୍ କରନ୍ତୁ | ସାପ୍ତାହିକ ସ୍ତରରେ ଏପରି କଲେ, ଆପଣଙ୍କୁ ଅବଧାରଣା ବୁଝିବାରେ ସାହାଯ୍ୟ ମିଳିବ ଏବଂ ଆପଣ ସେଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେରଖିପାରିବେ |
  • ଯଦି ଆପଣ କିଛି ପ୍ରଶ୍ନରେ ଅଟକିଯାଆନ୍ତି, ତେବେ ନିଜର ଶିକ୍ଷକ କିମ୍ୱା ବଡ଼ଙ୍କୁ ପଚାରିବାରେ ସଂକୋଚ କରନ୍ତୁ ନାହିଁ | ଆପଣ ନିଜ ସହପାଠୀ କିମ୍ୱା ମାତାପିତାଙ୍କର ମଧ୍ୟ ସାହାଯ୍ୟ ନେଇପାରିବେ |

ଓଡ଼ିଶା 10ମ ପରୀକ୍ଷା ପ୍ରସ୍ତୁତି ପାଇଁ ଟିପ୍ସ

  • ପାଠ ପଢ଼ିବା ପାଇଁ ଗୋଟିଏ ଟାଇମ୍ ଟେବଲ୍ ବନାନ୍ତୁ, ଆଉ ସେଥିରେ ନିଜର ଆଗ୍ରହ ଓ ସଉକ ପାଇଁ କିଛି ସମୟ ରଖନ୍ତୁ
  • ସବୁଠାରୁ ଭଲ ବହି ବାଛନ୍ତୁ ଏବଂ ଘୋଷିବା ଅପେକ୍ଷା ଶିକ୍ଷକଙ୍କଠାରୁ ସେହି ଅବଧାରଣାକୁ ବୁଝନ୍ତୁ
  • ପରୀକ୍ଷାରେ ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ପ୍ରକାର ସହିତ ଅଭ୍ୟାସ କରିବା ପାଇଁ ଓଡ଼ିଶା 10ମ ବୋର୍ଡର ପ୍ରଶ୍ନପତ୍ରର Odisha Board 10th question papers ସମାଧାନ କରନ୍ତୁ

ପ୍ରତ୍ୟେକ ବିଷୟ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ପାଇଁ ପ୍ରତ୍ୟେକ ଦ୍ୱନ୍ଦ୍ୱ ଦୂର କରନ୍ତୁ | ଏହି ଓଡ଼ିଶା 10ମ ବୋର୍ଡ ସିଲାବସ୍ -23 କୁ ଅନୁସରଣ କରି ଏବଂ ଏହିସବୁ ଟିପ୍ସ ବ୍ୟବହାର କରି ଛାତ୍ରୀ/ଛାତ୍ରମାନେ ଓଡ଼ିଶା 10ମ ପରୀକ୍ଷାରେ ଭଲ ଫଳାଫଳ ପ୍ରଦର୍ଶନ କରିପାରିବେ । (Odisha 10th Result)

ପରୀକ୍ଷା କାଉନସେଲିଂ

Exam counselling

ଛାତ୍ର କାଉନସେଲିଂ

Year
ବର୍ଷ
Category
ବର୍ଗ
Cutoff
କଟ୍ ଅଫ୍
2020 General 33
OBC 33
SC 33
ST 33

ଆବେଦନ ପ୍ରକ୍ରିୟା

About Exam

ଫର୍ମ ପୂରଣ ସମୟରେ କଣ କରିବେ ଏବଂ କଣ କରିବେ ନାହିଁ

ଆବେଦନ ପ୍ରକାର: ଅଫଲାଇନ୍

ପୈଠ ପ୍ରକାର: ଅନ୍ୟ

ଛାତ୍ରୀ/ଛାତ୍ରମାନେ ଆବଶ୍ୟକ ଶୁଳ୍କ ସହିତ ସମ୍ପାଦକଙ୍କୁ ଏକ ନିର୍ଦ୍ଧାରିତ ଆବେଦନ ଫର୍ମ ଦାଖଲ କରି ଓଡ଼ିଶା 10ମ ବୋର୍ଡ ପରୀକ୍ଷା ପାଇଁ ଆବେଦନ କରିପାରିବେ | ପରୀକ୍ଷା ସମିତି ଦ୍ୱାରା ନିର୍ଦ୍ଦିଷ୍ଟ ଭାବରେ ସ୍ଥିର କରାଯାଇଥିବା ଅନ୍ତିମ ତାରିଖ ପୂର୍ବରୁ ଫର୍ମ ଦାଖଲ କରାଯିବା ଦରକାର |

ଯଦି ଓଡ଼ିଶା 10ମ ବୋର୍ଡର ଆବେଦନ ଫର୍ମକୁ ଧାର୍ଯ୍ୟ ତାରିଖ ପରେ ପଠାଯାଏ, ତେବେ ତାହାକୁ ସ୍ୱୀକାର କରାଯିବ ନାହିଁ | ତତ୍‌ସହିତ, ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇନଥିବା କିମ୍ୱା ତ୍ରୁଟିପୂର୍ଣ୍ଣ ଭାବେ ପୂରଣ କରାଯାଇଥିବା ଯେକୌଣସି ଆବେଦନ ଫର୍ମକୁ ସେହି କ୍ଷେତ୍ରରେ ପ୍ରତ୍ୟାଖ୍ୟାନ କରିଦିଆଯିବ, ଯଦି ତାହା ଜାରି କରାଯାଇଥିବା ତାରିଖରୁ 10 ଦିନ ମଧ୍ୟରେ ସଂଶୋଧିତ ନ କରାଯାଇଥିବ |

ଯୋଗ୍ୟତା ମାନଦଣ୍ଡ

Eligibility Criteria

ଶିକ୍ଷା ଯୋଗ୍ୟତା

ଛାତ୍ରୀ/ଛାତ୍ରମାନେ ନିମ୍ନ ପ୍ରଦତ୍ତ ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ଯୋଗ୍ୟତା ମାନଦଣ୍ଡ ଦେଖିପାରିବେ:

  • ବୋର୍ଡ ଦ୍ୱାରା ମାନ୍ୟତାପ୍ରାପ୍ତ ସ୍କୁଲରେ ରେଗୁଲାର୍ ପ୍ରାର୍ଥୀମାନେ 9ମ ଓ 10ମ ପଢ଼ିଥିବେ
  • ବାହ୍ୟ ଛାତ୍ରୀ/ଛାତ୍ର, ଯେଉଁମାନେ ବୋର୍ଡ ଦ୍ୱାରା ପରିଚାଳିତ ପତ୍ରାଚାର ପାଠ୍ୟକ୍ରମ (କରେସପଣ୍ଡେନ୍ସ କୋର୍ସ) ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ କରିଥିବେ
  • ଓଡ଼ିଶା ବୋର୍ଡ 10ମ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବାକୁ ଛାତ୍ରୀ/ଛାତ୍ରମାନଙ୍କୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜର ବକେୟା ମଧ୍ୟ ସୁଝିବାର ଅଛି

ଆଡମିଟ୍ କାର୍ଡ

Admit Card

ଆଡମିଟ୍ କାର୍ଡ ରିଲିଜ୍ ତାରିଖ

ଛାତ୍ରୀ/ଛାତ୍ରମାନେ ନିଜର ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ଆଡମିଟ୍ କାର୍ଡକୁ ଅଫିଶିଆଲ୍ ୱେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ | ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ସେମାନଙ୍କୁ ନିଜ ସ୍କୁଲର କୋଡ୍ ଓ ପାସ୍‌ୱର୍ଡ ଲେଖିବାକୁ ହେବ | ଫଳ ବାହାରିବା ପର୍ଯ୍ୟନ୍ତ ସେମାନଙ୍କୁ ନିଜ ଆଡମିଟ୍ କାର୍ଡକୁ ସାଇତିକରି ରଖିବା ଦରକାର | ଧ୍ୟାନ ଦେବା ଆବଶ୍ୟକ ଯେ, ଓଡ଼ିଶା 10ମ ବୋର୍ଡ ପରୀକ୍ଷାରେ ନେବା ପାଇଁ ଆଡମିଟ୍ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ | ଆଡମିଟ୍ କାର୍ଡ ବା ପ୍ରବେଶ ପତ୍ର ବିନା ପରୀକ୍ଷାରେ ଲେଖିବାକୁ ଅନୁମତି ଦିଆଯିବ ନାହିଁ |

ଆଡମିଟ୍ କାର୍ଡରେ ଅତ୍ୟାବଶ୍ୟକ ବିବରଣୀ ରହିଥାଏ, ଯେପରି ପ୍ରାର୍ଥୀଙ୍କ ନାମ, ରୋଲ୍ ନମ୍ୱର୍ ଓ ପଞ୍ଜୀକରଣ ନମ୍ୱର୍ |

BSE ଓଡ଼ିଶା 10ମ ଆଡମିଟ୍ କାର୍ଡ – ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, ଅପ୍ରେଲ୍ ମାସରେ 10ମ ଶ୍ରେଣୀ ପାଇଁ ଆଡମିଟ୍ କାର୍ଡ ଜାରି କରିଥାଏ | ଓଡ଼ିଶା 10ମ ଆଡମିଟ୍ କାର୍ଡ bseodisha.nic.in ରେ ଜାରି କରାଯାଇଥାଏ | ସ୍କୁଲ୍ ଲଗଇନ୍ କୋଡ୍ ଓ ପାସ୍‌ୱର୍ଡ ଲେଖି ସ୍କୁଲ୍ ଦ୍ୱାରା ଆଡମିଟ୍ କାର୍ଡ ଡାଉନଲୋଡ୍ କରାଯାଇପାରିବ |

BSE ଓଡ଼ିଶା ଆଡମିଟ୍ କାର୍ଡକୁ ଛାତ୍ରୀ/ଛାତ୍ରମାନେ ନିଜ ସ୍କୁଲ୍‌କୁ ଯାଇ ଆଣିପାରିବେ | ଆଡମିଟ୍ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଯାହାକୁ ପରୀକ୍ଷା ସମୟରେ ନିଶ୍ଚିତ ଭାବେ ଛାତ୍ରୀ/ଛାତ୍ରମାନଙ୍କୁ ନିଜ ସହିତ ନେବାକୁ ପଡ଼ିବ | 10ମ ଶ୍ରେଣୀ ପରୀକ୍ଷାକୁ Odisha Class 10 exams ଅପ୍ରେଲ୍ ମାସ ଶେଷରୁ ମଇ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କରାଯାଇଥାଏ |

ପରୀକ୍ଷା ସମ୍ୱନ୍ଧିତ ଆଗାମୀ କାଯ୍ୟକ୍ରମଗୁଡ଼ିକ ସହିତ ପରିଚିତ ହେବା ପାଇଁ 10ମ ଶ୍ରେଣୀ ଆଡମିଟ୍ କାର୍ଡର ତାରିଖଗୁଡ଼ିକୁ ଦେଖନ୍ତୁ |

କାର୍ଯ୍ୟକ୍ରମ ତାରିଖ (ଅନିଶ୍ଚିତ)
10ମ ଶ୍ରେଣୀ ଆଡମିଟ୍ କାର୍ଡ ଜାରି ତାରିଖ ଅପ୍ରେଲ/ମଇ
10ମ ଶ୍ରେଣୀ ପରୀକ୍ଷା ତାରିଖ ଅପ୍ରେଲ/ମଇ
10ମ ଶ୍ରେଣୀ ଫଳ ଘୋଷଣା ତାରିଖ ଜୁନ/ଜୁଲାଇ

10ମ ଶ୍ରେଣୀ ଆଡମିଟ୍ କାର୍ଡ କିପରି ଡାଉନଲୋଡ୍ କରାଯାଏ?

ଛାତ୍ରୀ/ଛାତ୍ରମାନେ 10ମ ଶ୍ରେଣୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକର ଅନୁସରଣ କରିପାରିବେ:

  • Bseodisha.nic.in ୱେବସାଇଟ୍‌କୁ ଯାଆନ୍ତୁ
  • Latest News ବିଭାଗକୁ ଯାଆନ୍ତୁ
  • ଏବେ, BSE Odisha admit card ଉପରେ କ୍ଲିକ୍ କରନ୍ତୁ
  • ସ୍କୁଲ୍ କୋଡ୍ ଓ ପାସ୍‌ୱର୍ଡ ଭଳି କ୍ରେଡେନଶିଆଲ୍ ଲେଖନ୍ତୁ
  • 10ମ ଶ୍ରେଣୀ ଆଡମିଟ୍ କାର୍ଡ ସ୍କ୍ରୀନ୍ ଉପରେ ଦେଖାଦେବ
  • ଆଡମିଟ୍‍ କାର୍ଡକୁ ଡାଉନଲୋଡ୍ କରନ୍ତୁ ଏବଂ ତାହାକୁ ପରୀକ୍ଷା ହଲ୍‌କୁ ନେବାକୁ ଭୁଲନ୍ତୁ ନାହିଁ

ଆଡମିଟ୍ କାର୍ଡରେ ଉଲ୍ଲେଖ ଥିବା ବିବରଣୀ

  • ବିଦ୍ୟାର୍ଥୀଙ୍କ ନାମ
  • ରୋଲ୍ ନମ୍ୱର୍
  • ଜନ୍ମ ତାରିଖ (କେବଳ 10ମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପାଇଁ)
  • ପରୀକ୍ଷାର ନାମ 
  • ପରୀକ୍ଷା କେନ୍ଦ୍ରର ନାମ ଓ ଠିକଣା
  • ସ୍କୁଲ୍ ନମ୍ୱର୍
  • କେନ୍ଦ୍ର ନମ୍ୱର୍
  • ବିଦ୍ୟାର୍ଥୀଙ୍କ ଫୋଟୋ
  • ଆଡମିଟ୍ କାର୍ଡ ID
  • ପରୀକ୍ଷା ଦେଉଥିବା ବିଷୟ ଓ ସେଗୁଡ଼ିକର କୋଡ୍
  • 10ମ ପରୀକ୍ଷାର ତାରିଖ
  • ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ

10ମ ତାରିଖ ଶୀଟ୍ – ପରୀକ୍ଷା ଦିନର ନିର୍ଦ୍ଦେଶାବଳୀ

10ମ ଶ୍ରେଣୀ ଟାଇମ୍ ଟେବଲ୍‌ରେ ଉଲ୍ଲେଖ ଥିବା ପରୀକ୍ଷା ଦିନର ନିର୍ଦ୍ଦେଶାବଳୀ ନିମ୍ନରେ ପ୍ରଦାନ କରାଗଲା, ଯାହାକୁ ଛାତ୍ରୀ/ଛାତ୍ରୀମାନଙ୍କୁ ପାଳନ କରିବା ଜରୁରୀ:

  • 10ମ ଶ୍ରେଣୀ ପରୀକ୍ଷା ରିପୋର୍ଟିଙ୍ଗ୍ ସମୟର ଅତିକମ୍‌ରେ 30 ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚନ୍ତୁ ।
  • ପରୀକ୍ଷା ହଲ୍‌କୁ ନିଜର ଆଡମିଟ୍ କାର୍ଡ ନେବାକୁ ଭୁଲନ୍ତୁ ନାହିଁ, କାରଣ ତାହା ବିନା କୌଣସି ଛାତ୍ରୀ/ଛାତ୍ର ପରୀକ୍ଷା ଦେଇପାରିବେ ନାହିଁ ।
  • ଛାତ୍ରୀ/ଛାତ୍ରମାନଙ୍କୁ ପ୍ରଶ୍ନପତ୍ର ଓ ଉତ୍ତର ପୃଷ୍ଠାର Odisha 10th question paper ଦିଆଯାଇଥିବା ସ୍ଥାନରେ ନିଜ ନିଜର ରୋଲ୍ ନମ୍ୱର୍ ଲେଖିବାକୁ ପଡ଼ିବ ।
  • କାଲକୁଲେଟର୍, ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ ଡିଭାଇସ୍ ପରୀକ୍ଷା ହଲ୍ ଭିତରକୁ ନେବା ପାଇଁ ଅନୁମତି ଦିଆଯିବ ନାହିଁ 
  • ପରୀକ୍ଷା ସମୟରେ ଛାତ୍ରୀ/ଛାତ୍ରମାନେ ନିଜର ପେନସିଲ୍, ରବର, ପେନ୍, ଜ୍ୟାମିତି ବାକ୍ସ ତଥା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଆଣିବା ଦରକାର

ପରୀକ୍ଷା କେନ୍ଦ୍ରଗୁଡ଼ିକର ତାଲିକା

ପରୀକ୍ଷା ଦେବା ସମୟରେ ନିମ୍ନଲିଖିତଗୁଡ଼ିକ ବାଧ୍ୟତାମୂଳକ ହୋଇଥିବା କାରଣରୁ ନିମ୍ନ ପ୍ରଦତ୍ତ ପରୀକ୍ଷା ଦିନର ମାର୍ଗଦର୍ଶିକାକୁ ଭଲ ଭାବେ ପଢ଼ନ୍ତୁ:

  • Branch Data ପରୀକ୍ଷା ତାରିଖ ଓ ସମୟ ପାଇଁ 10ମ ଶ୍ରେଣୀ ଟାଇମ୍ ଟେବଲ୍‌କୁ Odisha 10th time table ଧ୍ୟାନପୂର୍ବକ ପଢ଼ନ୍ତୁ 
  • ପରୀକ୍ଷା ଆରମ୍ଭ ହେବାର ଅତିକମ୍‌ରେ 30 ମିନିଟ୍ ପୂର୍ବରୁ ଛାତ୍ରୀ/ଛାତ୍ରମାନେ ପରୀକ୍ଷା ହଲ୍‌ରେ ପହଞ୍ଚିବା ଦରକାର 
  • BSE ଆଡମିଟ୍ କାର୍ଡ ଅନୁଯାୟୀ, 10ମ ପ୍ରଶ୍ନପତ୍ର Odisha 10th question papers ପଢ଼ିବା ପାଇଁ ଛାତ୍ରୀ/ଛାତ୍ରମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ଦିଆଯିବ
  • ପରୀକ୍ଷା ହଲ୍ ଭିତରକୁ କାଲକୁଲେଟର୍, ମୋବାଇଲ୍ ଫୋନ୍ ଆଦି ଭଳି କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ନେବା ପାଇଁ ଅନୁମତି ଦିଆଯିବ ନାହିଁ
  • ଯଦି କୌଣସି ବିଦ୍ୟାର୍ଥୀ କୌଣସି ଅନୁଚିତ ସାଧନ ବ୍ୟବହାର କରୁଥିବାର ଧରାପଡ଼ନ୍ତି, ତେବେ ତାଙ୍କୁ ତୁରନ୍ତ ହିଁ ପରୀକ୍ଷା କେନ୍ଦ୍ରରୁ ବାହାର କରିଦିଆଯିବ
  • 10ମ ଆଡମିଟ୍ କାର୍ଡ ଅନୁସାରେ, ବିଦ୍ୟାର୍ଥୀମାନଙ୍କୁ ନିଜସ୍ୱ ଜ୍ୟାମିତି ବାକ୍ସ ଆଣିବା ଉଚିତ, କାରଣ ଅନ୍ୟ କାହାର ବ୍ୟବହାର କରିବା ଦୃଢ଼ ଭାବେ ବର୍ଜନୀୟ ହେବ

Odisha 10th result 10ମ ରେ ଭଲ ସ୍କୋର୍ କରିବା ପାଇଁ ପ୍ରଶ୍ନଗୁଡ଼ିକୁ ଧ୍ୟାନର ସହିତ ପଢ଼ନ୍ତୁ ଏବଂ ସଂକ୍ଷିପ୍ତ ଓ ସ୍ପଷ୍ଟ ଭାବରେ ଉତ୍ତର ଦିଅନ୍ତୁ

ପରୀକ୍ଷା ଫଳାଫଳ

Exam Result

ଫଳାଫଳ ଘୋଷଣା

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, ସାଧାରଣତଃ ଜୁନ ମାସରେ BSE ଫଳାଫଳ ଘୋଷଣା କରିଥାଏ । 10ମ ଶ୍ରେଣୀର ଫଳାଫଳ ଅନଲାଇନ୍ ମୋଡ୍‌ରେ ୱେବସାଇଟ୍ orissaresults.nic.in ରେ ଉପଲବ୍ଧ ହୋଇଥାଏ । 10ମ ଶ୍ରେଣୀ ଫଳାଫଳ ଦେଖିବା ପାଇଁ ଛାତ୍ରୀ/ଛାତ୍ରମାନଙ୍କୁ ସେମାନଙ୍କର ରୋଲ୍ ନମ୍ୱର୍ ଓ ଜନ୍ମ ତାରିଖ ଲେଖିବାକୁ ପଡ଼ିଥାଏ । 

ମେଟ୍ରିକ୍ ଫଳାଫଳରେ, ଛାତ୍ରୀ/ଛାତ୍ରଙ୍କ ବ୍ୟକ୍ତିଗତ ବିବରଣୀ, ଯେପରି ରୋଲ୍ ନମ୍ୱର୍, ଜନ୍ମ ତାରିଖ, ସ୍କୁଲ ନାମ ଏବଂ ଏହିପରି ଅନେକ ତଥ୍ୟ ସମେତ ମାର୍କ ବିବରଣୀ ମଧ୍ୟ ଅନ୍ତର୍ଭୁକ୍ତ ଥାଏ । BSE Odisha 10th exams କୁ ଅଫଲାଇନ ମୋଡ୍ ମାଧ୍ୟମରେ କରିଥାଏ । ଏହି ବର୍ଷ Odisha board result ଜୁଲାଇ 6, 2022ରେ ପ୍ରକାଶିତ ହୋଇଥିଲା । BSE ଓଡ଼ିଶା ଫଳାଫଳ, ତାରିଖ, ପାସ୍ କରିବାର ମାନଦଣ୍ଡ ଏବଂ ଅନ୍ୟାନ୍ୟ ବିବରଣୀ କିପରି ଯାଞ୍ଚ କରିବ ଜାଣିବା ପାଇଁ ସାରଣୀଟିକୁ ପଢନ୍ତୁ ।

10ମ ଫଳାଫଳ – ପ୍ରମୁଖ ବିଷୟ

ବୋର୍ଡ ନାମ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ପରୀକ୍ଷା ନାମ HSC ବୋର୍ଡ ପରୀକ୍ଷା
ଫଳାଫଳ ତାରିଖ ଜୁନ/ଜୁଲାଇ (ଅନିଶ୍ଚିତ)
ୱେବସାଇଟ୍ orissaresults.nic.in
ଫଳାଫଳ ମୋଡ୍ ଅନଲାଇନ୍

BSE 10ମ ଫଳାଫଳ ତାରିଖ

Events
କାର୍ଯ୍ୟକ୍ରମ
Tentative Dates
ଅନିଶ୍ଚିତ ତାରିଖ
10ମ ଶ୍ରେଣୀ ପରୀକ୍ଷା ଅପ୍ରେଲରୁ ମଇ
10ମ ଶ୍ରେଣୀ ଫଳାଫଳ ତାରିଖ ଜୁନ/ଜୁଲାଇ
10ମ ବୋର୍ଡ ପୁନଃମୂଲ୍ୟାଙ୍କନ ଆବେଦନ ଆରମ୍ଭ ଜୁନ/ଜୁଲାଇ
ପୁନଃମୂଲ୍ୟାଙ୍କନ ପାଇଁ BSE ଫଳାଫଳ ଜୁନ/ଜୁଲାଇ
10ମ ସପ୍ଲିମେଣ୍ଟରୀ ପରୀକ୍ଷା ଜୁଲାଇ/ଅଗଷ୍ଟ
ସପ୍ଲିମେଣ୍ଟ୍ୟରୀ ପରୀକ୍ଷା ପାଇଁ 10ମ ଫଳାଫଳ ଜୁଲାଇ/ଅଗଷ୍ଟ

0ମ ଫଳାଫଳ ପାଇଁ bseodisha.nic.in କିପରି ଦେଖିବେ?

ଅଫିଶିଆଲ୍ ୱେବସାଇଟ୍‌ରେ BSE ଫଳାଫଳ ଦେଖିବା ପାଇଁ ନିମ୍ନ ପ୍ରଦତ୍ତ ପଦାଙ୍କର ଅନୁସରଣ କରନ୍ତୁ:

  • ଅଫିଶିଆଲ୍ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ
  • Odisha 10th result HSC ଉପରେ କ୍ଲିକ୍ କରନ୍ତୁ
  • 10ମ ଫଳାଫଳ ପୃଷ୍ଠା ସ୍କ୍ରୀନ୍ ଉପରେ ଦେଖାଦେବ
  • ରୋଲ୍ ନମ୍ୱର୍ ଓ ଜନ୍ମ ତାରିଖ ଭଳି ବିବରଣୀ ପୂରଣ କରନ୍ତୁ | DOB ର ଫର୍ମାଟ୍ dd/mm/yyyy ଭାବରେ ରହିବା ଦରକାର
  • ଇମେଜ୍ ଟେକ୍ସଟ୍ ଲେଖନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ | BSE 10ମ ଶ୍ରେଣୀ ଫଳାଫଳ ସ୍କ୍ରୀନ୍ ଉପରେ ଖୋଲିବ 
  • 10ମ ଶ୍ରେଣୀ ଫଳାଫଳକୁ ଡାଉନଲୋଡ୍ କରି ତାହାର ଏକ ପ୍ରିଣ୍ଟଆଉଟ୍ କାଢ଼ିନିଅନ୍ତୁ
  • ବିବରଣୀକୁ ପୁଣିଥରେ ଯାଞ୍ଚ କରନ୍ତୁ ଏବଂ ଭବିଷ୍ୟତ ବ୍ୟବହାର ପାଇଁ ତାହାକୁ ସେଭ୍ କରି ରଖନ୍ତୁ

10ମ ଶ୍ରେଣୀ ଫଳାଫଳକୁ SMS ଜରିଆରେ କିପରି ଦେଖିବେ?

ଛାତ୍ରୀ/ଛାତ୍ରମାନେ SMS ଜରିଆରେ ମଧ୍ୟ ସେମାନଙ୍କର HSCE 10ମ ଫଳାଫଳ ଜାଣିପାରିବେ । ମେଟ୍ରିକ୍ ଫଳାଫଳ ଜାଣିବା ପାଇଁ ନିମ୍ନ ପ୍ରଦତ୍ତ ପଦାଙ୍କ ଅନୁସରଣ କରନ୍ତୁ:

  • ମେସେଜ୍ ପ୍ରଦତ୍ତ ଫର୍ମାଟ୍‌ରେ ପଠାଯିବା ଦରକାର – OR10<Rollno> ଲେଖନ୍ତୁ ଏବଂ 5676750 କୁ ପଠାଇଦିଅନ୍ତୁ
  • ଛାତ୍ରୀ/ଛାତ୍ରମାନେ ନିଜ ନିଜର ମୋବାଇଲ୍ ନମ୍ୱର୍‌ରେ 10ମ ଶ୍ରେଣୀ ଫଳାଫଳ ପ୍ରାପ୍ତ କରିବେ ।

10ମ ଶ୍ରେଣୀ ଫଳାଫଳରେ ଉଲ୍ଲେଖ ଥିବା ବିବରଣୀ

HSE ଫଳାଫଳରେ ଅନ୍ତର୍ଭୁକ୍ତ ଥିବା ବିବରଣୀ ନିମ୍ନରେ ଉଲ୍ଲେଖ କରାଯାଇଛି:

  • ପରୀକ୍ଷା ରୋଲ୍ ନମ୍ୱର୍
  • ଜନ୍ମ ତାରିଖ
  • ଯୋଗ୍ୟତା ସ୍ଥିତି
  • ବିଷୟ
  • ପ୍ରାର୍ଥୀଙ୍କ ନାମ
  • ବିଷୟୱାରୀ ପ୍ରାପ୍ତ ମାର୍କ
  • ସମୁଦାୟ ମାର୍କ
  • ସ୍କୁଲ ନାମ

www.odisha10thresult.nic.in ମାର୍କ ଶୀଟ୍‌ର ଇମେଜ୍ ନିମ୍ନରେ ପ୍ରଦତ୍ତ ହୋଇଛି:

10ମ ଫଳାଫଳର ପୁନଃମୂଲ୍ୟାଙ୍କନ

ଯେଉଁ ଛାତ୍ରୀ/ଛାତ୍ରମାନେ ନିଜର ପ୍ରାପ୍ତ ମାର୍କକୁ ନେଇ ସନ୍ତୁଷ୍ଟ ନଥିବେ, ସେମାନେ ପୁନଃମୂଲ୍ୟାଙ୍କନ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ ଏହି ବିଭାଗକୁ ଭଲ ଭାବେ ଦେଖନ୍ତୁ ।

  • ମେଟ୍ରିକ୍ ଫଳାଫଳ ଘୋଷଣା ପରେ ଛାତ୍ରୀ/ଛାତ୍ରମାନେ ପୁନଃମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
  • ସେମାନେ ନିଜର ପୁନଃମୂଲ୍ୟାଙ୍କିତ 10ମ ଫଳାଫଳକୁ ଜୁନ/ଜୁଲାଇ ମାସରେ ପ୍ରାପ୍ତ କରିପାରିବେ ।
  • ଏହା ନିଶ୍ଚିତ ଭାବେ ଧ୍ୟାନ ଦେବା ଦରକାର ଯେ, ପୁନଃମୂଲ୍ୟାଙ୍କନ ପରେ ବି ଯଦି ମାର୍କ ହ୍ରାସ ପାଏ, ତେବେ ସେହି କ୍ଷେତ୍ରରେ କିଛି କରିହେବ ନାହିଁ ।
  • ଛାତ୍ରୀ/ଛାତ୍ରମାନଙ୍କୁ ଏହା ମନେରଖିବା ଦରକାର ଯେ, ବୋର୍ଡ ସମ୍ପୂର୍ଣ୍ଣ ପ୍ରାମାଣିକତା ସହ ପୁନଃମୂଲ୍ୟାଙ୍କନ ପ୍ରତିଲିପିଗୁଡ଼ିକୁ ଯାଞ୍ଚ କରିଥାଏ ।

BSE 10ମ ସପ୍ଲିମେଣ୍ଟରୀ ଫଳାଫଳ

ବୋର୍ଡ ପରୀକ୍ଷାରେ ଗୋଟିଏ କିମ୍ୱା ଦୁଇଟି ବିଷୟରେ ଯଦି କୌଣସି ଛାତ୍ରୀ/ଛାତ୍ର ଫେଲ୍ ହୋଇଥା’ନ୍ତି, ତେବେ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥାଏ । ଏହା, ଛାତ୍ରୀ/ଛାତ୍ରମାନଙ୍କର ଏକ ମୂଲ୍ୟବାନ ବର୍ଷ ବଞ୍ଚାଇଥାଏ, ଯାହାଦ୍ୱାରା ସେମାନେ ନିଜର ଆଗାମୀ ଶିକ୍ଷା ଜାରି ରଖିପାରିବେ ।

  • ନାମମାତ୍ର ଫୀ ଜମା କରି ଛାତ୍ରୀ/ଛାତ୍ରମାନେ 10ମ ଶ୍ରେଣୀ ସପ୍ଲିମେଣ୍ଟରୀ ପରୀକ୍ଷା ଦେଇପାରିବେ ।
  • ସେମାନଙ୍କୁ ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ରୁଟିନ୍ Odisha Class 10th routine ଦେଖି ତଦନୁସାରେ ପ୍ରସ୍ତୁତି କରିବା ଦରକାର ।
  • ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରୀ/ଛାତ୍ରମାନେ 10ମ ଶ୍ରେଣୀ ପାଠ୍ୟକ୍ରମ Odisha 10th syllabus ଦେଖିବା ଆବଶ୍ୟକ ।
  • BSE 10ମ ଶ୍ରେଣୀ ସପ୍ଲିମେଣ୍ଟରୀ ପରୀକ୍ଷା ଫଳାଫଳ ଜୁଲାଇ/ଅଗଷ୍ଟ ମାସରେ ପ୍ରକାଶ କରାଯାଇଥାଏ ।

10ମ ଶ୍ରେଣୀ ଫଳାଫଳ – ଗ୍ରେଡିଙ୍ଗ୍ ପ୍ରଣାଳୀ

ନିମ୍ନ ସାରଣୀରେ ପ୍ରଦତ୍ତ 10ମ ଶ୍ରେଣୀ ବୋର୍ଡ ପରୀକ୍ଷାର ଗ୍ରେଡିଙ୍ଗ୍ ପ୍ରଣାଳୀକୁ ଭଲ ଭାବରେ ପଢ଼ନ୍ତୁ

10ମ ଶ୍ରେଣୀ ଗ୍ରେଡିଙ୍ଗ୍ ପ୍ରଣାଳୀ

ମାର୍କ ସୀମା ଗ୍ରେଡ୍ ମୂଲ୍ୟ ଗ୍ରେଡ୍ ଅକ୍ଷର
90% ଏବଂ ତାହା ଉପରକୁ 100% ପର୍ଯ୍ୟନ୍ତ (540 ରୁ 600 ମାର୍କ) ଅସାଧାରଣ A1
80% ଏବଂ ତାହା ଉପରକୁ, ହେଲେ 90% ତଳକୁ (480 ରୁ 539 ମାର୍କ) ଅତ୍ୟୁତ୍ତମ A2
70% ଏବଂ ତାହା ଉପରକୁ, ହେଲେ 80% ତଳକୁ (420 ରୁ 479 ମାର୍କ) ବହୁତ ଭଲ B1
60% ଏବଂ ତାହା ଉପରକୁ, ହେଲେ 70% ତଳକୁ (360 ରୁ 419 ମାର୍କ) ଭଲ B2
50% ଏବଂ ତାହା ଉପରକୁ, ହେଲେ 60% ତଳକୁ (300 ରୁ 359 ମାର୍କ) ସାଧାରଣରୁ ଉପରକୁ C
40% ଏବଂ ତାହା ଉପରକୁ, ହେଲେ 50% ତଳକୁ (240 ରୁ 299 ମାର୍କ) ସାଧାରଣ D
33% ଏବଂ ତାହା ଉପରକୁ, ହେଲେ 40% ତଳକୁ (198 ରୁ 239 ମାର୍କ) ସନ୍ତୋଷଜନକ E
33% ତଳକୁ (000 ରୁ 197 ମାର୍କ) ସନ୍ତୋଷଜନକ ନୁହେଁ, ପୁନଶ୍ଚ ପରୀକ୍ଷା ଦେବାକୁ ପଡ଼ିବ F
ପ୍ରାର୍ଥୀ ପୃଥକ୍ ପେପର୍(ଗୁଡ଼ିକ)ରେ 30 ରୁ କମ୍ ମାର୍କ ରଖିଥିବେ, କିନ୍ତୁ ସମୁଦାୟ ମାର୍କ 197ରୁ ଅଧିକ ରହିଥିବ ସନ୍ତୋଷଜନକ ନୁହେଁ, ପୁନଶ୍ଚ ପରୀକ୍ଷା ଦେବାକୁ ପଡ଼ିବ F

10ମ ଫଳାଫଳ ବାହାରିବା ପରେ କ’ଣ?

www.bseodisha.nic.in ରେ ଫଳାଫଳ ଘୋଷଣା ହେବା ପରେ, ଛାତ୍ରୀ/ଛାତ୍ରମାନେ ନିଜ ନିଜର ସ୍କୁଲରୁ ସେମାନଙ୍କର ଅରିଜିନାଲ୍ ମାର୍କ ଶୀଟ୍ ସଂଗ୍ରହ କରିବେ । ସେମାନଙ୍କୁ ନିଜର ମାର୍କ ଶୀଟ୍‌କୁ ଅତ୍ୟନ୍ତ ସାବଧାନତା ପୂର୍ବକ ରଖିବାକୁ ପଡ଼ିବ, କାରଣ ଭବିଷ୍ୟତରେ ତାହା ପ୍ରତ୍ୟେକ ସ୍ଥାନରେ ଆବଶ୍ୟକ ହେବ । ଏହି ପର୍ଯ୍ୟାୟରେ, ଛାତ୍ରୀ/ଛାତ୍ରମାନଙ୍କୁ ଆଗାମୀ ଶିକ୍ଷା, ଯେପରି କଳା, ବାଣିଜ୍ୟ କିମ୍ୱା ବିଜ୍ଞାନ ଭଳି ଷ୍ଟ୍ରୀମ୍ ବାଛିବାକୁ ପଡ଼ିବ । 10ମ ଶ୍ରେଣୀ ପରେ ସେମାନେ KVPY, NTSE ଭଳି ବିଭିନ୍ନ ମେଧାବୃତ୍ତି ପାଇଁ ମଧ୍ୟ ଆବେଦନ କରିପାରିବେ । 

BSE 10ମ ଫଳାଫଳ – ଟପ୍ପର୍

ଅନଲାଇନ୍‌ରେ 10ମ ଶ୍ରେଣୀ ଫଳାଫଳ ଘୋଷଣା କରିବା ପରେ ବୋର୍ଡ ସାଧାରଣତଃ ଟପ୍ପର୍ ତାଲିକା ଜାରି କରିଥାଏ । BSE ଓଡ଼ିଶା ଟପ୍ପର୍ ନାମ ସମେତ ବୋର୍ଡ, ଉଚ୍ଚ ପ୍ରଦର୍ଶନ କରିଥିବା ଜିଲ୍ଲା ଏବଂ ସାମଗ୍ରିକ ପାସ୍ ଶତକଡ଼ା ମଧ୍ୟ ଘୋଷଣା କରିଥାଏ ।

10ମ ଶ୍ରେଣୀ ଫଳାଫଳ ପରିସଂଖ୍ୟାନ

10ମ ଶ୍ରେଣୀ ଫଳାଫଳ ସମେତ BSE, ପରୀକ୍ଷା ଦେଇଥିବା ଛାତ୍ରୀ/ଛାତ୍ରଙ୍କ ସଂଖ୍ୟା, ସମୁଦାୟ ପାସ୍ ଶତକଡ଼ା ଏବଂ ଆହୁରି ଅନେକ ପରିସଂଖ୍ୟାନ ଜାରି କରିଥାଏ ।

10ମ ଫଳାଫଳର ପରିସଂଖ୍ୟାନ ନମୁନା

ପୂର୍ବବର୍ତ୍ତୀ ବର୍ଷଗୁଡ଼ିକର ଫଳାଫଳ ପରିସଂଖ୍ୟାନ

ବର୍ଷ ସାମଗ୍ରିକ ପାସ୍% ପୁଅମାନଙ୍କ ପାଇଁ ପାସ୍% / ପାସ୍ ହୋଇଥିବା ପୁଅମାନଙ୍କର ସଂଖ୍ୟା ଝିଅମାନଙ୍କ ପାଇଁ ପାସ୍% / ପାସ୍ ହୋଇଥିବା ଝିଅମାନଙ୍କର ସଂଖ୍ୟା ପରୀକ୍ଷା ଦେଇଥିବା ଛାତ୍ରୀ/ଛାତ୍ରମାନଙ୍କ ସଂଖ୍ୟା
2021 97.89% 2,80,352 2,81,658 5,74,125
2020 78.76 77.8 81.98 5,60,905
2019 70.78 65.26 72.65 3,97,125
2018 92.47 49.34 51 5,90,367
2017 93 90 92 563,758
2016 86.37 84 87 6,10,126
2015 88.16 86 88 6,03,486
2014 85.13 84 85 565,963

FAQs

Freaquently Asked Questions

ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ

ପ୍ରଶ୍ନ: ଓଡ଼ିଶାରେ HSC ର ଅର୍ଥ କ’ଣ?
ଉତ୍ତର: HSC ର ଅର୍ଥ ହେଉଛି ହାଇସ୍କୁଲ୍ ସର୍ଟିଫିକେଟ୍ ପରୀକ୍ଷା | ଏହା ଓଡ଼ିଶା ବୋର୍ଡର 10ମ ସ୍ତରୀୟ ପରୀକ୍ଷା ଅଟେ |

ପ୍ରଶ୍ନ: HSC ପରୀକ୍ଷାର ସମୟାବଧି କେତେ?
ଉତ୍ତର: ଦୁଇଟି ଶିଫ୍ଟରେ ଓଡ଼ିଶା 10ମ ବୋର୍ଡ ପରୀକ୍ଷା କରାଯାଇଥାଏ: ପ୍ରଥମ ଶିଫ୍ଟ (10 am to 12.30 pm) ଏବଂ ଦ୍ୱିତୀୟ ଶିଫ୍ଟ (2 pm to 4.30 pm) |

ପ୍ରଶ୍ନ: ଓଡ଼ିଶା 10ମ ବୋର୍ଡ ପରୀକ୍ଷାରେ କେତେ ଜଣ ଛାତ୍ରୀ/ଛାତ୍ର ପରୀକ୍ଷା ଦିଅନ୍ତି?
ଉତ୍ତର: ଓଡ଼ିଶା HSC ପରୀକ୍ଷାରେ 5 ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀ/ଛାତ୍ର ପରୀକ୍ଷା ଦିଅନ୍ତି |

ପ୍ରଶ୍ନ: ମୁଁ ମୋର ଓଡ଼ିଶା 10ମ ବୋର୍ଡ ପରୀକ୍ଷାର ଆଡମିଟ୍ କାର୍ଡ କେଉଁଠାରୁ ପାଇବି?
ଉତ୍ତର: ଛାତ୍ରୀ/ଛାତ୍ରମାନେ ନିଜ ଆଡମିଟ୍ କାର୍ଡ ସେମାନଙ୍କର ସ୍କୁଲ୍ କର୍ତ୍ତୃପକ୍ଷଙ୍କଠାରୁ ସଂଗ୍ରହ କରିପାରିବେ |

ପ୍ରଶ୍ନ: 10ମ ଶ୍ରେଣୀ ଆଡମିଟ୍ କାର୍ଡ କେବେ ବାହାରିବ?
ଉତ୍ତର: 10ମ ଶ୍ରେଣୀ ଆଡମିଟ୍ କାର୍ଡ ସାଧାରଣତଃ ଅପ୍ରେଲ ମାସରେ ବାହାରେ

ପ୍ରଶ୍ନ: ପରୀକ୍ଷା ହଲ୍‌କୁ କାଲକୁଲେଟର୍ ନେବା ପାଇଁ ଅନୁମତି ଅଛି କି?
ଉତ୍ତର: ନା, କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ପରୀକ୍ଷା ହଲ୍‌କୁ ନେବା ପାଇଁ ଅନୁମତି ନାହିଁ

ପ୍ରଶ୍ନ: BSE ପରୀକ୍ଷାର ସମୟ ସାରଣୀ କ’ଣ ରହିବ?
ଉତ୍ତର: BSE ଆଡମିଟ୍ କାର୍ଡ ଅନୁଯାୟୀ, ଦୁଇଟି ସିଟିଙ୍ଗରେ ପରୀକ୍ଷାର ଆୟୋଜନ କରାଯିବ | ପ୍ରଥମ ସିଟିଙ୍ଗ୍ ସକାଳ 8 ଟା ଏବଂ ଦ୍ୱିତୀୟ ସିଟିଙ୍ଗ୍ ସକାଳ 11 ଟାରେ ଆରମ୍ଭ ହେବ

ପ୍ରଶ୍ନ: BSE 10ମ ଶ୍ରେଣୀ ଯୋଗ୍ୟତା ମାର୍କ କେତେ?
ଉତ୍ତର: BSE ପରୀକ୍ଷାର ପ୍ରତ୍ୟେକ ବିଷୟରେ ଛାତ୍ରୀ/ଛାତ୍ରମାନଙ୍କୁ ଅତିକମ୍‌ରେ 33% ମାର୍କ ରଖିବାକୁ ପଡ଼ିବ ।

ପ୍ରଶ୍ନ: 10ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କିପରି ଭଲ ସ୍କୋର୍ କରିହେବ?
ଉତ୍ତର: 10ମ ବୋର୍ଡ ପରୀକ୍ଷା ଟାଇମ୍ ଟେବଲ୍‌ର ଦୁଇ ମାସ ପୂର୍ବରୁ ଛାତ୍ରୀ/ଛାତ୍ରମାନଙ୍କୁ ସମଗ୍ର ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ପରୀକ୍ଷାରେ ଭଲ ସ୍କୋର୍ କରିବା ପାଇଁ ସେମାନଙ୍କୁ ପୂର୍ବ ବର୍ଷ ପ୍ରଶ୍ନପତ୍ରର ସର୍ବାଧିକ ସଂଖ୍ୟକ ପ୍ରଶ୍ନ ମଧ୍ୟ ସମାଧାନ କରିବା ଉଚିତ ।

ପ୍ରଶ୍ନ: 10ମ ଶ୍ରେଣୀ ଟାଇମ୍ ଟେବଲ୍‌କୁ ମୁଁ କେଉଁଠାରୁ ଡାଉନଲୋଡ୍ କରିବି?
ଉତ୍ତର: ଛାତ୍ରୀ/ଛାତ୍ରମାନେ 10ମ ଶ୍ରେଣୀ ଟାଇମ୍ ଟେବଲ୍‌କୁ ଅଫିଶିଆଲ୍ ୱେବସାଇଟ୍ bseodisha.nic.in ରୁ ଡାଉନଲୋଡ୍ କରିପାରିବେ ।

ପ୍ରଶ୍ନ: 10ମ ଶ୍ରେଣୀ ପରୀକ୍ଷାର ତାରିଖ କେବେ ଘୋଷଣା କରାଯାଏ?
ଉତ୍ତର: 10ମ ଶ୍ରେଣୀ ପରୀକ୍ଷାର ତାରିଖ ସାଧାରଣତଃ ଜାନୁଆରୀ ମାସରେ ଘୋଷଣା କରାଯାଏ ।

ପ୍ରଶ୍ନ: 10ମ ସପ୍ଲିମେଣ୍ଟରୀ ଫଳାଫଳ କେବେ ଘୋଷଣା କରାଯାଏ?
ଉତ୍ତର: 10ମ ଶ୍ରେଣୀ ସପ୍ଲିମେଣ୍ଟରୀ ଫଳାଫଳ ପ୍ରାୟତଃ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଘୋଷଣା କରାଯାଇଥାଏ ।

ପ୍ରଶ୍ନ: 10ମ ଶ୍ରେଣୀ ବୋର୍ଡ ପରୀକ୍ଷାର ପୁନଃମୂଲ୍ୟାଙ୍କନ ପାଇଁ ମୁଁ ଆବେଦନ କରିପାରିବି କି?
ଉତ୍ତର: ଛାତ୍ରୀ/ଛାତ୍ରମାନେ 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ପୁନଃମୂଲ୍ୟାଙ୍କନ ପାଇଁ ଜୁନ/ଜୁଲାଇ ମାସରେ ଆବେଦନ କରିପାରିବେ ।

ପ୍ରଶ୍ନ: ମୁଁ ମୋର 10ମ ଶ୍ରେଣୀ ଫଳାଫଳ କିପରି ଦେଖିପାରିବି?
ଉତ୍ତର: orissaresults.nic.in କୁ ଯାଆନ୍ତୁ, ରୋଲ୍ ନମ୍ୱର୍ ଓ ଜନ୍ମ ତାରିଖ ଲେଖନ୍ତୁ ଏବଂ 10ମ ଶ୍ରେଣୀ ଫଳାଫଳ ଦେଖିବା ପାଇଁ Submit ଉପରେ କ୍ଲିକ୍ କରନ୍ତୁ ।

ପ୍ରଶ୍ନ: 10ମ ଶ୍ରେଣୀ ପରୀକ୍ଷାର ପାସିଙ୍ଗ୍ ମାର୍କ କେତେ?
ଉତ୍ତର: HSC ପରୀକ୍ଷାରେ ପାସ୍ କରିବାକୁ ହେଲେ ଛାତ୍ରୀ/ଛାତ୍ରଙ୍କୁ ପ୍ରତ୍ୟେକ ବିଷୟରେ ଅତିକମ୍‌ରେ 30% ଏବଂ ମୋଟ ଉପରେ 33% ମାର୍କ ରଖିବାକୁ ପଡ଼ିବ ।

Embibe ରେ 3D ଲର୍ଣ୍ଣିଂ, ପୁସ୍ତକ ପ୍ରାକ୍ଟିସ୍, ଟେଷ୍ଟ ଏବଂ ଡାଉଟ୍ ରିଜୋଲ୍ୟୁସନ୍ ସହିତ ଆପଣଙ୍କର ସର୍ବୋତ୍ତମ ଆଚିଭ୍ କରନ୍ତୁ